ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରଥମେ ନିଜ ଶାଢ଼ି ଜାଳିଦିଅ: ହସିନା

ଢାକା: ବାଂଲାଦେଶର ପ୍ରମୁଖ ବିରୋଧୀ ଦଳ ବାଂଲାଦେଶ ଜାତୀୟତାବାଦୀ ପାର୍ଟି (ବିଏନ୍‌ପି) ଭାରତ ବହିଷ୍କାର ଅଭିଯାନ ଚଳାଇଛି। ଭାରତ ପ୍ରସ୍ତୁତ ସାମଗ୍ରୀର ବର୍ଜନ ଓ ଶିଳ୍ପାନୁଷ୍ଠାନଗୁଡ଼ିକୁ ବହିଷ୍କାର କରିବାକୁ ଲୋକଙ୍କୁ ମତାଉଛି। ଆଜି ବାଂଲାଦେଶର ପ୍ରଧାନମନ୍ତ୍ରୀ ଖେଖ୍‌ ହସିନା ଭାରତ ସପକ୍ଷରେ ଠିଆ ହୋଇ ବିରୋଧୀ ଦଳକୁ କଡ଼ା ସମାଲୋଚନା କରିଛନ୍ତି।

ଭାରତ ବିରୋଧୀ ଅଭିଯାନ ଚଳାଇଥିବା ବିଏନ୍‌ପି ନେତାଙ୍କ ନୈତିକତା ଉପରେ ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀ ହସିନା କହିଛନ୍ତି ଯେ ଯଦି ସେମାନେ ବାସ୍ତବରେ ଭାରତର ସାମଗ୍ରୀକୁ ବହିଷ୍କାର କରିବାକୁ ଚାହାନ୍ତି ତେବେ ସେମାନେ ସେମାନଙ୍କ ପତ୍ନୀଙ୍କ ଭାରତୀୟ ଶାଢ଼ିଗୁଡ଼ିକୁ ପ୍ରଥମେ ଜାଳି ଦିଅନ୍ତୁ। ଏକ ସାଧାରଣ ସଭାରେ ନିଜର ବକ୍ତବ୍ୟରେ ସେ ବିରୋଧୀ ଦଳଙ୍କ ଏଭଳି ଭାରତ ବିରୋଧୀ ଆଭିମୁଖ୍ୟକୁ ସମାଲୋଚନା କରି ସେ କହିଛନ୍ତି ଯେ ଯଦି ଭାରତୀୟ ମସଲା, ଲଙ୍କା ମରିଚ ଆଦି ବିନା ସେମାନେ (ବିରୋଧୀ) ଖାଦ୍ୟ ପ୍ରସ୍ତୁତ କରିପାରିବେ ତେବେ ବହିଷ୍କାର କରନ୍ତୁ।

ସୂଚନାଯୋଗ୍ୟ ଚଳିତ ବର୍ଷ ନିର୍ବାଚନରେ ସେକ୍‌ ହସିନା ୨୯୯ ଆସନରୁ ୨୧୬ ଆସନରେ ବିଜୟଲାଭ କରି କ୍ରମାଗତ ଭାବେ ୫ମ ଥର ପାଇଁ ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ନିଜର ପ୍ରଧାନମନ୍ତ୍ରିତ୍ବ ସମୟରେ ଭାରତ ସହ ଉତ୍ତର ବନ୍ଧୁତା ପାଇଁ ସେ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ