କଳା ଓ ସଂସ୍କୃତି ଧର୍ମ

ପ୍ରତି ଶୁକ୍ରବାର ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ଚଢାନ୍ତୁ ଏହି ଦ୍ରବ୍ୟ, ଖୋଲିବ ଧନ ପ୍ରାପ୍ତିର ଯୋଗ

ଭୁବନେଶ୍ୱର ୧୯/୦୨ : ଜୀବନରେ ସୁଖ ଶାନ୍ତିରେ ରହିବା ପାଇଁ ଅର୍ଥ ନିହାତି ଆବଶ୍ୟକ ହୋଇଥାଏ । ଧନ ପ୍ରାପ୍ତି ପାଇଁ ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ଦେବୀ ମା ଙ୍କର ଦିନ ବୋଲି ଜଣା ଯାଇଥାଏ । ଏହି ଦିନ କିଛି ପ୍ରତିକାର ଦ୍ୱାରା ଦେବୀଙ୍କୁ ପ୍ରସନ୍ନ କରି କୃପା ପାଇପାରିବେ ।

ଘରକୁ ସଫାସୁତରା ରଖନ୍ତୁ :

ଦେବୀ ଲକ୍ଷ୍ମୀ ସଫା, ଶାନ୍ତ ଏବଂ ଖୁସି ପରିବେଶରେ ରହିଥାନ୍ତି । ଏଥିପାଇଁ ପ୍ରତିଦିନ ଘରକୁ ସଫା ରଖିବା ସହିତ, ସୁଗନ୍ଧିତ ଅତରରେ ଘରକୁ ସୁଗନ୍ଧିତ କରନ୍ତୁ । ଆପଣ ଚାହିଁଲେ ଘରେ ସୁନ୍ଦର ଏବଂ ସୁଗନ୍ଧିତ ଫୁଲ ମଧ୍ୟ ରଖିପାରିବେ ।

ଲାଲ୍‌ ରଙ୍ଗର ଫୁଲ ଚଢାନ୍ତୁ :

ମା ଲକ୍ଷ୍ମୀଙ୍କର ଗୋଲାପ ଅତି ପ୍ରିୟ ଅଟେ । ତେଣୁ ପ୍ରତି ଶୁକ୍ରବାର ଦିନ ଲକ୍ଷ୍ମୀନାରାୟଣ ମନ୍ଦିରରେ ଗୋଲାପ ଏବଂ ଲାଲ ରଙ୍ଗର ଫୁଲ ଚଢାନ୍ତୁ । ଯଦି ଆପଣ ମନ୍ଦିର ଯାଇ ପାରୁନାହାଁନ୍ତି ତେବେ ଘରର ପୂଜା ସ୍ଥଳରେ ମଧ୍ୟ ଅର୍ପଣ କରିପାରିବେ ।

ଦକ୍ଷିଣାବର୍ତ୍ତୀ ଶଙ୍ଖରେ କରନ୍ତୁ ଏହି କାମ :

ଭଗବାନ ବିଷ୍ଣୁଙ୍କର ଦକ୍ଷିଣାବର୍ତ୍ତୀ ଶଙ୍ଖ ଅତି ପ୍ରିୟ । ତେଣୁ ଶୁକ୍ରବାର ଦିନ ଶଙ୍ଖରେ ଜଳ ଭରି ଶ୍ରୀହରିଙ୍କୁ ଚଢାନ୍ତୁ ।

ଭଗବାନଙ୍କର ଫଟୋ :

ପୂଜାଘରେ ଲକ୍ଷ୍ମୀନାରାୟଣଙ୍କର ଏକ ବଡ ଫଟୋ ରଖନ୍ତୁ । ପ୍ରତ୍ୟେକ ଦିନ ତାଙ୍କର ପୂଜା କରି ପ୍ରାର୍ଥନା କରନ୍ତୁ ।

୧୧ ଦିନ କରନ୍ତୁ ଏହି ଉପାୟ :

୧୧ ଦିନ ଧରି ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତୀ ଆଗରେ ଅଖଣ୍ଡ ଜ୍ୟୋତି ଜାଳନ୍ତୁ । ୧୧ ଦିନ ପରେ ୧୧ ଜଣ ଶିଶୁ କନ୍ୟାଙ୍କୁ ଆମନ୍ତ୍ରିତ କରି ତାଙ୍କୁ ଖାଇବାକୁ ଦିଅନ୍ତୁ । ଏଥିସହିତ ନିଜର ସାମର୍ଥ୍ୟ ଅନୁସାରେ ଦକ୍ଷିଣା ଦିଅନ୍ତୁ ।

ଖିରୀ ଭୋଗ ଲଗାନ୍ତୁ :

ଦେବୀ ଲକ୍ଷ୍ମୀଙ୍କର ଖିରୀ ଅତି ପ୍ରିୟ । ତେଣୁ ଏହି ଦିନ ଦେବୀ ମାଙ୍କୁ ପୂଜା କରି ଖିରୀ ଭୋଗ ଲଗାନ୍ତୁ ।

ପୂଜା ପରେ ଏହା କରନ୍ତୁ :

ଭଗବାନଙ୍କ ଆଗମନ ଘରର ମୂଖ୍ୟ ଦ୍ୱାରରୁ ହୋଇଥାଏ । ସେଥିଲାଗି ଏହାର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ ।

ପଦ୍ମ ମଞ୍ଜିର ମାଳା ଧାରଣ କରନ୍ତୁ :

ଶୁକ୍ରବାର ଦିନ ପଦ୍ମ ମଞ୍ଜିର ମାଳା ପ୍ରସ୍ତତ କରି ଦେବୀଙ୍କୁ ଚଢାନ୍ତୁ । ଏହାକୁ ପୂଜା କରିବା ପରେ ଧାରଣ କରନ୍ତୁ ।

ବିବାହିତା ନାରୀଙ୍କୁ ଶୁକ୍ରବାର ଦିନ ଶାଢୀ, ସିନ୍ଦୁର, ଚୂଡି, ବିନ୍ଦି ଆଦି ଜିନିଷ ପ୍ରଦାନ କରନ୍ତୁ । ଏହାଦ୍ୱାରା ଆପଣ ଦେବୀଙ୍କ କୃପା ପାଇପାରିବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ