ଅପରାଧ ଦେଶ ବିଦେଶ

ପ୍ରତିଶୋଧ ନେଲା ରୁଷ୍‌: ରକେଟ୍‌ ଆକ୍ରମଣରେ ୬ ଶହ ୟୁକ୍ରେନୀୟ ସୈନିକ ନିହତ

ମସ୍କୋ: ଦୁଇ ଦିନର ଯୁଦ୍ଧବିରତି ପରେ ରୁଷ୍‌ ଆଜି ୟୁକ୍ରେନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି। ପୂର୍ବ ୟୁକ୍ରେନ୍‌ରେ କ୍ରାମାଟୋର୍ସୋରେ ଅବସ୍ଥିତ ୟୁକ୍ରେନ ସେନାର ଏକ ଅସ୍ଥାୟୀ ଶିବିରକୁ ରକେଟ୍‌ ମାଡ଼ରେ ରୁଷ୍‌ ଛାରଖାର କରିଦେଇଛି ଏବଂ ଏଥିରେ ଦୁଇଟି ବିଶାଳ କୋଠା ଭୁଶୁଡ଼ି ପଡ଼ିବାରୁ ୬ ଶହରୁ ଅଧିକ ୟୁକ୍ରେନ୍‌ ସୈନିକ ନିହତ ହୋଇଛନ୍ତି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ୟୁକ୍ରେନ୍‌ର ଏକ ସଠିକ୍‌ ଟାର୍ଗେଟ୍‌କୁ ଧ୍ବଂସ କରାଯିବାରୁ ୬ ଶହରୁ ଅଧିକ ୟୁକ୍ରେନ୍‌ ସୈନିକଙ୍କ ମୃତ୍ୟୁ ହୋଇଛି।

ନୂଆବର୍ଷ ଆରମ୍ଭରେ ୟୁକ୍ରେନ୍‌ର ମାକିଭ୍‌କାରେ ରୁଷ୍‌ ସେନାର ଏକ ଶିବିର ଉପରେ ୟୁକ୍ରେନ୍‌ କ୍ଷେପଣାସ୍ତ୍ର ମାଡ଼ କରିବାରୁ ୮୯ ସୈନିକ ନିହତ ହୋଇଥିଲେ। ଏହାର ଜବାବରେ ରୁଷ୍‌ ସେନା ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରୁଷ୍‌ ୟୁକ୍ରେନ୍‌ ସେନାର ଯେଉଁ ଶିବିର ଉପରେ ଆକ୍ରମଣ କରିଛି ସେଠାରେ ୧୨ ଶହରୁ ଅଧିକ ସୈନିକ ଥିଲେ। ଆକ୍ରମଣରେ ୨ ଶହରୁ ଅଧିକ ସୈନିକ ଅତି ଗୁରୁତର ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ୭ ଶହ ଟପିବା ଆଶଙ୍କା କରାଯାଉଛି। ଗତ ବର୍ଷ ଫେବ୍ରୁଆରି ୨୪ରେ ରୁଷ୍‌ ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ୟୁକ୍ରେନ୍‌ ସୈନିକ ନିହତ ହେବା ପ୍ରଥମ ଘଟଣା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ