କୁଚିଣ୍ଡା ୧୯।୦୯ : ରାଜରାସ୍ତାରେ ଚାଷୀ । ୨୦୨୧ ମସିହା ପ୍ରଧାନମନ୍ତ୍ରୀ ଫସଲ ବୀମା ଓ ମଧ୍ୟବର୍ତ୍ତୀକାଳୀନ ସହାୟତା ଦାବିରେ ଆନ୍ଦୋଳନ । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଷଣ୍ଢପଥର ଠାରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଜମନକିରା ବ୍ଲକ ମିଳିତ କୃଷକ ସଂଗଠନ ସହ କୁଚିଣ୍ଡା ଉପଖଣ୍ଡର ଚାଷୀ ଏବଂ ବିଭିନ୍ନ ସଂଗଠନ । ରାସ୍ତାର ଉଭୟ ପଟେ ଅନେକ ଗାଡି ଅଟକି ରହିଛି।
ଖବର ଅନୁଯାୟୀ, ୨୦୨୧ ମସିହା ଖରିଫ ଚାଷରେ ଅଞ୍ଚଳରେ ବୃଷ୍ଟିପାତ ଯୋଗୁଁ ଅଞ୍ଚଳରେ ମରୁଡି ଦେଖାଦେଇଥିଲା । ଚାଷୀମାନେ ଏନେଇ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ଚୁପ୍ ବସିଥିଲା । ଶେଷରେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଚାଷୀମାନେ ଅଗଷ୍ଟ ୨୩ ତାରିଖ ଦିନ ରାଜ ରାଜରାସ୍ତା ଅବରୋଧ କରିଥିଲେ । କିନ୍ତୁ ଉପଜିଲ୍ଲାପାଳ ଆଦିତ୍ୟ ଗୋୟଲ ଆନ୍ଦୋଳନସ୍ଥଳକୁ ଆସି ଚାଷୀଙ୍କୁ ବୁଝାସୁଝା କରିବାରୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା । ହେଲେ ଘଟଣାକୁ ମାସେ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । ଶେଷରେ ବାଧ୍ୟ ହୋଇ ଚାଷୀମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଆନ୍ଦୋଳନ ଲାଗି ରାସ୍ତାର ଉଭୟ ପଟେ ଅନେକ ଗାଡି ଅଟକି ରହିଛି । ଯାହାଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।