ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ଚୟନ କରନ୍ତି କିମ୍ ଜୋଙ୍ଗ୍ ଉନ୍: ପ୍ଲିଜର ସ୍କ୍ବାଡ୍‌ର ପର୍ଦ୍ଦାଫାଶ୍ କଲେ ୟୁଟ୍ୟୁବର

ପ୍ୟୋଙ୍ଗୟାଙ୍ଗ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ଚୟନ କରନ୍ତି। ଏହି ଝିଅମାନଙ୍କୁ ଚୟନ କରି, ଝିଅମାନେ ତାଙ୍କ ପ୍ଲିଜର ସ୍କ୍ବାଡ୍‌ର ଏକ ଅଂଶ ଭାବେ କାର୍ଯ୍ୟ କରନ୍ତି ଏବଂ ସେମାନଙ୍କୁ ତାଙ୍କ ବିଳାସପୂର୍ଣ୍ଣ ପ୍ରାସାଦରେ ରହିବାକୁ ହୋଇଥାଏ। କିମ୍ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥାନ୍ତି। ଦି ଡେଲି ଷ୍ଟାରର ଏକ ରିପୋର୍ଟରେ ୩୦ ବର୍ଷୀୟ କୋରିଆ ୟୁଟ୍ୟୁବର୍ ଏବଂ ଲେଖକ ଅନମି ପାର୍କ ପ୍ଲିଜର ସ୍କ୍ବାଡ୍‌ର ପର୍ଦ୍ଦାଫାଶ୍ କରିଛନ୍ତି।

ସେ ଦାବି କରିଛନ୍ତି ଝିଅମାନଙ୍କୁ ବାଛିବାବେଳେ ସେମାନଙ୍କର ସୌନ୍ଦର୍ଯ୍ୟ ସହିତ ସେମାନଙ୍କର ରାଜନୈତିକ ବିଶ୍ୱସ୍ତତା ମଧ୍ୟ ବିବେଚନା କରାଯାଇଥାଏ । ପାର୍କ ଦାବି କରିଛି ଯେ ତାଙ୍କୁ ପ୍ଲିଜର୍ ସ୍କ୍ବାଡରେ ଅନ୍ତର୍ଭୁକ୍ତ କରିବା ପାଇଁ ଦୁଇଥର ବଛା ଯାଇଥିଲା। କିନ୍ତୁ ପାରିବାରିକ ପରିସ୍ଥିତି ଯୋଗୁ ତାଙ୍କୁ ଚୟନ କରାଯାଇ ନାହିଁ। ଅନମି ୨୦୦୭ରେ ୧୩ ବର୍ଷ ବୟସରେ ଉତ୍ତର କୋରିଆ ଛାଡି ପଳାଇଥିଲେ। ଏହା ପରେ ସେ ଦକ୍ଷିଣ କୋରିଆ ଏବଂ ପରେ ଆମେରିକା ଯାଇଥିଲେ।

ପାର୍କ କହିଛନ୍ତି ଯେ ଝିଅମାନଙ୍କୁ ବାଛିବା କାମ ଜାରି ରହିଛି | ଏଥିପାଇଁ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଲୋକମାନେ ବିଦ୍ୟାଳୟକୁ ଯାଇ ସୁନ୍ଦର ଝିଅମାନଙ୍କୁ ମଧ୍ୟ ଖୋଜନ୍ତି। ସୁନ୍ଦର ଝିଅ ପାଇଲେ ତାଙ୍କ ପରିବାର ଏବଂ ରାଜନୈତିକ ସ୍ଥିତି ପରୀକ୍ଷା କରାଯାଏ।

ରିପୋର୍ଟ ଅନୁଯାୟୀ, ଝିଅମାନଙ୍କର ପାରିବାରିକ ସ୍ଥିତି ପରୀକ୍ଷା କରିବା ପରେ ପରବର୍ତ୍ତୀ ପଦକ୍ଷେପ ହେଉଛି ସେମାନଙ୍କର ଡାକ୍ତରୀ ପରୀକ୍ଷା। ଡାକ୍ତରୀ ପରୀକ୍ଷଣର ଉଦ୍ଦେଶ୍ୟ ହେଉଛି ଝିଅଟି କୁମାରୀ କି ନୁହେଁ ତାହା ପରୀକ୍ଷା କରିବା । ଏହା ପରେ ଝିଅମାନଙ୍କୁ ଆଉ କିଛି ଡାକ୍ତରୀ ପରୀକ୍ଷା କରିବାକୁ ପଡିଥାଏ। ଝିଅର ଶରୀରରେ ଏକ ଛୋଟ ଚିହ୍ନ ମଧ୍ୟ ଅଯୋଗ୍ୟ ହେବାର କାରଣ ହୋଇପାରେ । ସମସ୍ତ ପରୀକ୍ଷା ପରେ ମନୋନୀତ ହୋଇଥିବା ଝିଅମାନଙ୍କୁ ରାଜଧାନୀ ପ୍ୟୋଙ୍ଗୟାଙ୍ଗକୁ ପଠାଯାଏ। ଯେତେବେଳେ ଝିଅମାନେ ପ୍ଲିଜର୍ ସ୍କ୍ବାଡର ଅଂଶ ହୁଅନ୍ତି, ସେମାନଙ୍କର କାର୍ଯ୍ୟ ହେଉଛି କେବଳ ଯୌନ ଆନନ୍ଦ ପ୍ରଦାନ କରିବା।

ପାର୍କ କହିଛନ୍ତି କିମ୍ ଜୋଙ୍ଗ୍ ଉନଙ୍କ ପିତା କିମ୍ ଜୋଙ୍ଗ୍ ଇଲ ବିଶ୍ୱାସ କରୁଥିଲେ ଯେ କିଶୋରୀ ଝିଅମାନଙ୍କ ସହିତ ଯୌନ ସମ୍ପର୍କ ସେମାନଙ୍କୁ ଅମର କରିପାରେ। କିମ ଜୋଙ୍ଗ ଇଲ ୧୯୮୦ ଦଶକରେ ଏଥିପାଇଁ କିଛି ସୁନ୍ଦର ଝିଅ ବାଛିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେ ୨୦୧୧ ରେ ୭୦ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ଏବଂ କ୍ଷମତା ତାଙ୍କ ପୁଅ କିମ୍ ଜୋଙ୍ଗ୍ ଉନଙ୍କ ହାତରେ ଆସିଥିଲା। କିମ୍ ଜୋଙ୍ଗ ଉନ୍ ମଧ୍ୟ ସମାନ ମାର୍ଗ ଅନୁସରଣ କରୁଛନ୍ତି।

ପ୍ଲିଜର୍ ସ୍କ୍ବାଡର ତିନୋଟି ବିଭାଗ ଅଛି। ପ୍ରଥମ ବିଭାଗରେ କିଛି ଝିଅଙ୍କୁ ମସାଜରେ ତାଲିମ ଦିଆଯାଇଥାଏ। କିମ ଏବଂ ତାଙ୍କ ନିକଟବର୍ତ୍ତୀ ଲୋକଙ୍କୁ ମନୋରଞ୍ଜନ କରିବା ପାଇଁ ଦ୍ବିତୀୟ ବିଭାଗର ଝିଅଙ୍କୁ ଗୀତ ଏବଂ ନୃତ୍ୟରେ ବିଶେଷ ଜ୍ଞାନ ହାସଲ କରିବାକୁ ପଡ଼ିଥାଏ।
ତୃତୀୟ ବିଭାଗ ହେଉଛି ଯୌନ କାର୍ଯ୍ୟକଳାପ ପାଇଁ । ସମ୍ପୃକ୍ତ ଝିଅମାନଙ୍କୁ କିମଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପଡିଥାଏ। ସବୁଠାରୁ ସୁନ୍ଦର ଝିଅମାନଙ୍କୁ କିମଙ୍କ ପାଖକୁ ପଠାଯାଇଥାଏ । କମ୍ ସୁନ୍ଦର ଝିଅମାନଙ୍କୁ ଜେନେରାଲ୍ ଏବଂ ଅନ୍ୟ ରାଜନେତାଙ୍କ ନିକଟକୁ ପଠାଯାଇଥାଏ ।

ଅନମି ପାର୍କ କହିଛନ୍ତି ଯେ ଯେତେବେଳେ ଏହି ସ୍କ୍ବାର୍ଡର ଝିଅମାନଙ୍କୁ ୨୫ ବର୍ଷ ହୋଇଥାଏ ସେମାନେ ଅବସର ଗ୍ରହଣ କରନ୍ତି। ସାଧାରଣତଃ ସେମାନେ କିମଙ୍କ ଅଙ୍ଗରକ୍ଷୀଙ୍କୁ ବିବାହ କରନ୍ତି। ପ୍ଲିଜର୍ ସ୍କ୍ବାର୍ଡର ମହିଳାମାନେ ସୁରକ୍ଷା ସେବା ସଦସ୍ୟଙ୍କୁ ବିବାହ କରିବାର ସୌଭାଗ୍ୟ ପାଇଥାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ