ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ପ୍ରତିଦିନ ସକାଳୁ ୭ କିଲୋମିଟର ଦୌଡ଼ି ରେକର୍ଡ ସୃଷ୍ଟି କଲେ ୬ ବର୍ଷର ବରେଣ୍ୟମ୍ ଶର୍ମା

ଭୋପାଲ ୦୬/୧୨ : ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲରେ ରହୁଥିବା ୬ ବର୍ଷ ଶିଶୁ ବରେଣ୍ୟମ ଶର୍ମା କମ୍ ବୟସରେ ବଡ କାରନାମା କରିଛନ୍ତି। ଏତେ କମ୍ ବୟସରେ ସେ ଧାବକ ଭଳି ପ୍ରତିଦିନ ୫ କିଲୋମିଟରରୁ ଅଧିକ ଦୌଡୁଛନ୍ତି। ଲକଡାଉନ୍ ସମୟରେ ସେ ଦୌଡିବା ଆରମ୍ଭ କରିଥିଲେ। ସେତେବେଳେ ସେ ନିଜ ବାପା ଓ ଜେଜେବାପାଙ୍କ ସହ ପ୍ରତିଦିନ ମର୍ଣ୍ଣିଙ୍ଗ ୱାକରେ ଯାଉଥିଲେ। ତାଙ୍କ ଜେଜେବାପା ତାଙ୍କୁ କହିଥିଲେ ଯେ ଦୌଡିଲେ ଶରୀର ସୁସ୍ଥ ରହେ ଏବଂ କୌଣସି ରୋଗ ହୋଇନଥାଏ। ଏହାପରେ ବରେଣ୍ୟମ ପ୍ରତିଦିନ ୩ କିଲୋମିଟର ଦୌଡିବା ଆରମ୍ଭ କରିଥିଲେ। ଧୀରେ ଧୀରେ ସେ ନିଜର ଦୌଡିବା କ୍ଷମତା ବୃଦ୍ଧି କରିଛନ୍ତି। ବର୍ତ୍ତମାନ ସେ ଦୈନିକ ୫ ରୁ ୭ କିମି ଦୌଡୁଛନ୍ତି।

ବରେଣ୍ୟମଙ୍କ ବାପା ପୁଅକୁ ଏହିଭଳି ପ୍ରିତିଦିନ ଦୌଡିବା ଦେଖି ତାର ଏକ ଭିଡିଓ କଲେ। ଭିଡିଓ ଦେଖି ସେ ଅନୁଭବ କଲେ ତାଙ୍କ ପୁଅ ସାମାନ୍ୟ ଶିଶୁ ଭଳି ଦଉଡ଼ୁଣି ବରଂ ଜଣେ ଧାବକ ଭଳି ହାଲିଆ ନ ହୋଇ ଦୌଡୁଛି। ଏହାପରେ ସେ ନିଜ ପୁଅର ଏହି ପ୍ରତିଭା ସମ୍ପର୍କରେ ନିଜ ସାଙ୍ଗମାନଙ୍କ ସହ ଚର୍ଚ୍ଚା କଲେ। ଏହାପରେ ସେ ଏକ ଭିଡିଓ ରେକର୍ଡ ପାଇଁ ପଠାଇଥିଲେ ଯାହା ସିଲେକ୍ଟ ହୋଇଥିଲା। ଦୈନିକ ୫ ରୁ ୭ କିମି ଦୌଡୁଥିବା କମ ବୟସ ଶିଶୁମାନଙ୍କ ମଧ୍ୟରେ ବରେଣ୍ୟମ ରେକର୍ଡ କଲେ।


ବାପା-ମା ଓ ଜେଜେବାପା ବରେଣ୍ୟମକୁ ନେଇ ଗର୍ଭ ଅନୁଭବ କରୁଛନ୍ତି। ଏତେ କମ୍ ବୟସରେ ତାଙ୍କର ଏକାଗ୍ରତା ଦେଖି ପରିବାର ଲୋକେ ଗର୍ବିତ। ଘରଲୋକ କହିଛନ୍ତି ବରେଣ୍ୟମ ପ୍ରତିଦିନ ଭୋର ୫ଟା ଉଠେ ଏବଂ ଘରଲୋକଙ୍କୁ ମଧ୍ୟ ଦୌଡିବା ପାଇଁ ପ୍ରେରିତ କରେ। ବରେଣ୍ୟମର ଏହି ଅଭ୍ୟାସ ଯୋଗୁଁ ପୁରା କଲୋନୀ ଲୋକ ପ୍ରଭାବିତ। କଲୋନୀ ଲୋକ ମଧ୍ୟ ତାଙ୍କୁ ପ୍ରତିଦିନ ଦୌଡୁଥିବା ଦେଖି ବହୁତ ଖୁସି ହୁଅନ୍ତି ଏବଂ ନିଜେ ମଧ୍ୟ ଦୌଡିବାକୁ ଯାଆନ୍ତି।


ବରେଣ୍ୟମ ବର୍ତ୍ତମାନ ନ୍ୟାସନାଲ ଲେଭଲ ରନିଙ୍ଗ ପାଇଁ ପ୍ରସ୍ତୁତି କରୁଛନ୍ତି। ସେଥିପାଇଁ ଏବେ ସେ ୭ କିମିରୁ ଅଧିକ ଦୌଡୁଛନ୍ତି। ପୁଅର ଉପଲବ୍ଧି ଦେଖି ବାପା ତାଙ୍କ ପାଇଁ ଏନର୍ଜେଟିକ ଫୁଡ୍ ଓ ଜୋତା ଆଣିଦେଇଛନ୍ତି ଯେପରି ସେ ଦୌଡିଲାବେଳେ ହାଲିଆ ଅନୁଭବ କରିବନି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ