ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ପ୍ରକାଶ ପାଇଲା ‘ୟୁଜିସି ନେଟ୍‌’ ୨୦୨୧-୨୨ ଫଳାଫଳ

ନୂଆଦିଲ୍ଲୀ: ଆଜି ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍‌ ଏଜେନ୍‌ସି’ (ଏନ୍‌ଟିଏ) ‘ୟୁନିଭର୍ସିଟି ଗ୍ରାଣ୍ଟ୍‌ କମିସନ୍‌, ନ୍ୟାସ୍‌ନାଲ୍‌ ଇଲିଜିବିଲିଟି ଟେଷ୍ଟ୍‌’ ବା ‘ୟୁଜିସି ‌ନେଟ୍‌’ ୨୦୨୧-୨୨ର ଫଳାଫଳ ଘୋଷଣା କରିଛି।

ଏବେ ପ୍ରାର୍ଥୀମାନେ ‘ଅଫିସିୟାଲ୍‌ ୱେବ୍‌ସାଇଟ୍‌ସ୍‌’- ugcnet.nta.nic.in, nta.ac.in.ରେ ୨୦୨୦ ଡିସେମ୍ବର ଏବଂ ୨୦୨୧ ଜୁନ୍‌ ସାଇକ୍ଲ୍‌ ପାଇଁ ସେମାନଙ୍କର ‘ଏନ୍‌ଟିଏ ଏନ୍‌ଇଟି’ ଫଳାଫଳ ଚେକ୍‌ କରିପାରିବେ। ଏଥିପାଇଁ ପରୀକ୍ଷାର୍ଥୀମାନଙ୍କୁ ସେମାନଙ୍କ ‘ଆପ୍ଲିକେସନ୍‌ ନମ୍ବର’ ଓ ‘ପାସ୍‌ୱାର୍ଡ’ ଏଣ୍ଟର୍‌ କରିବାକୁ ପଡ଼ିବ।

କୋଭିଡ୍‌-୧୯ ଜନିତ ମହାମାରୀ ଯୋଗୁଁ ଏକତ୍ର ଡିସେମ୍ବର ଓ ଜୁନ୍‌ ସାଇକ୍ଲ ପରୀକ୍ଷା ଦେଇଥିବା ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ‘ୟୁଜିସି ଏନ୍‌ଇଟି ୨୦୨୧-୨୨’ ଫଳାଫଳକୁ ଅପେକ୍ଷା କରିଥିଲେ। ଉକ୍ତ ପରୀକ୍ଷା ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ହୋଇଥିଲା ୨୦୨୧ ନଭେମ୍ବର ୨୦ ରୁ ୨୦୨୧ ଡିସେମ୍ବର ୫ ମଧ୍ୟରେ। ଦ୍ବିତୀୟ ପର୍ଯ୍ୟାୟ ହୋଇଥିଲା ୨୦୨୧ ଡିସେମ୍ବର ୨୪ ରୁ ୨୭ ପର୍ଯ୍ୟନ୍ତ। ଏବଂ ତୃତୀୟ ପର୍ଯ୍ୟାୟ ହୋଇଥିଲା ୨୦୨୨ ଜାନୁଆରି ୪ ଓ ୫ ଦିନ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି