ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପ୍ରକାଶ ପାଇବ ପ୍ଲସ୍ -ଥ୍ରୀ ପ୍ରଥମ ମେଧା ତାଲିକା, ୭ରୁ ନାମଲେଖା ଆରମ୍ଭ

ଭୁବନେଶ୍ୱର ୦୭।୦୯ : ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ତଥା ସ୍ନାତକ (ୟୁଜି) ପାଠ୍ୟକ୍ରମରେ ନାମ ଲେଖିବା ପାଇଁ ବୁଧବାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସମୁଦାୟ ୧ ହଜାର ୨୩ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମଲେଖିବାକୁ ପ୍ରାୟ ୨ ଲକ୍ଷ ୫୩ ହଜାର ୧୦୬ ଜଣ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିଛନ୍ତି।

ତେବେ ମେଧା ତାଲିକା ପ୍ରକାଶ ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଚୟନ ହୋଇଥିବା କଲେଜରେ ବୁଧବାରଠୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ନାମଲେଖାଇବେ। ୭ରୁ ୧୧ ତାରିଖ ଭିତରେ ଛାତ୍ରଛାତ୍ରୀ ସ୍ଲାଇଡ୍‌-ଅପ୍‌ ପାଇଁ ଆବେଦନ ବି କରିପାରିବେ । ପରେ ୧୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ୧୬ରୁ ୧୯ ତାରିଖ ଭିତରେ ନାମଲେଖାଇବେ । ଦୁଇ ପର୍ଯ୍ୟାୟ ପରେ ଖାଲି ପଡ଼ିଥିବା ସିଟ୍‌ଗୁଡ଼ିକର ତାଲିକା ସାମ୍ସରେ ଉପଲବ୍ଧ ହେବ । ୨୧ରୁ ୨୩ ତାରିଖ ଭିତରେ ପିଲାମାନେ ଖାଲିପଡ଼ିଥିବା ସିଟ୍‌ରେ ନାମଲେଖିବାକୁ ଆବେଦନ କରିବେ । ଏହା ପରେ ୨୮ ତାରିଖରେ ସ୍ପଟ୍‌ ମେଧା ତାଲିକା ବାହାରିବ । ଛାତ୍ରଛାତ୍ରୀମାନେ ୨୮ରୁ ଅକ୍ଟୋବର ୧ ତାରିଖରେ ନାମଲେଖାଇବେ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି