ଦେଶ ବିଦେଶ ସ୍ୱାସ୍ଥ୍ୟ

ପୋଷା କୁକୁର ଚିହ୍ନଟ ହେଲା କରୋନା ପଜିଟିଭ୍

ନୂଆଦିଲ୍ଲୀ: ପୋଷା କୁକୁର ଚିହ୍ନଟ ହୋଇଛି କରୋନା ପଜିଟିଭ୍ । ଏହି ମାମଲା ବ୍ରିଟେନରୁ ଚିହ୍ନଟ ହୋଇଛି । ବୁଧବାର ଦିନ ଏକ ବୟାନରେ ୟୁକେର ମୁଖ୍ୟ ପଶୁ ଚିକିତ୍ସକ ଏନେଇ ସୂଚନା ଦେଇଛନ୍ତି । ଏବେ ବିଦେଶରେ ପୋଷା ଜୀବଜନ୍ତୁଙ୍କ ଠାରେ କୋଭିଡ୍ ବ୍ୟାପୁଥିବା ଦେଖିବାକୁ ମିଳୁଛି । ଏନେଇ ଚିନ୍ତା ବଢ଼ିବାରେ ଲାଗିଛି । ଏହାକୁ ନେି ନାନା ପ୍ରକାର ଅନୁସନ୍ଧାନ ଜାରି ରହିଛି । ପଶୁ ଚିକିତ୍ସକଙ୍କ କହିବାନୁସାରେ, ନଭେମ୍ବର ୩ ତାରିଖ ଦିନ ବେୟପ୍ରିଜ୍ ଠାରେ ଆନିମଲ୍ ଆଣ୍ଡ ପ୍ଲାଣ୍ଟ ଏଜେନ୍ସି ଲାବୋରେଟୋରୀରେ ପରୀକ୍ଷା କରିବା ପରେ ଏହି ପୋଷା କୁକୁର ଠାରେ ଭାଇରସ୍ ଚିହ୍ନଟ ହୋଇଥିଲା ।

କୁକୁରଟି ଏବେ ଘରେ ଚିକିତ୍ସାଧୀନ ଅବସ୍ଥାରେ ରହିଛି । ତେବେ ଯାଞ୍ଚରେ ଜଣାପଡ଼ିଥିଲା ଯେ, କୁକୁରକୁ ନିଜ ମାଲିକ ଠାରୁ ହିଁ ସଂକ୍ରମଣ ହୋଇଛି । କାରଣ ପୂର୍ବରୁ କୁକୁରର ମାଲିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । କିନ୍ତୁ ଆଶଙ୍କା କରାଯାଉଛି ଯେ, କୁକୁରଟି ଅନ୍ୟ କୌଣସି ପଶୁଙ୍କ ଠାରୁ ମଧ୍ୟ ଭାଇରସ୍ ଆଣିଥାଇପାରେ । ଏନେଇ ପଶୁ ଚିକିତ୍ସକ କହିଛନ୍ତି ଯେ, କୁକୁର କରୋନା ସଂକ୍ରମିତ ଚିହ୍ନଟ ହେବା ଖୁବ୍ ବିରଳ । ତେବେ ଏମାନଙ୍କ ଠାରେ ହାଲୁକା ଲକ୍ଷଣ ନଜର ଆସିଥାଏ ଓ କିଛି ଦିନ ପରେ ଠିକ୍ ହୋଇଯାଏ । ଅନ୍ୟପଟେ ପଶୁ ମାନେ ମଣିଷଙ୍କ ଠାରେ ଭାଇରସ୍ ପହଞ୍ଚାଉଥିବାର କୌଣସି ପ୍ରମାଣ ନାହିଁ । ତେବେ ଖାଲି ବ୍ରିଟେନ୍ ନୁହେଁ ବରଂ ଏହା ପୂର୍ବରୁ ୟୁରୋପ, ଉତ୍ତର ଆମେରିକା ଏବଂ ଏସିୟାର ବିଭିନ୍ନ ଦେଶରେ ପୋଷା ଜୀବଜନ୍ତୁଙ୍କ ଠାରେ ଭାଇରସ୍ ଠାବ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ