ଅପରାଧ ରାଜ୍ୟ

ପୋଲ ନିକଟରୁ ଅଟୋ ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଚୌଦ୍ବାର ୧।୬: ୫୫ ନମ୍ବର ଜାତୀୟ ରାଜପଥ ଚୌଦ୍ଵାର ଚାଉଳିଆ ପୋଲ ନିକଟରେ ଜଣଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଚୌଦ୍ଵାର ଓଟିଏମ୍ କଲୋନୀ ଦୁର୍ଗାବଜାର ଅଞ୍ଚଳର ଲୋକନାଥ ବିଶ୍ଵାଳ। ମୃତକ ଜଣେ ଅଟୋ ଡ଼୍ରାଇଭର ବୋଲି ଜଣାପଡ଼ଛି ।

ସୂଚନାଯୋଗ୍ୟ ଯେ, ଲୋକନାଥ ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ନିଜ ଅଟୋ ଯୋଗେ ମାର୍ବଲ ନେଇ କଟିକଟା ଅଞ୍ଚଳକୁ ଯାଇଥିଲେ । ସେଠାରେ ମାର୍ବଲ ଦେଇ ସାଥିରେ କିଛି ଟଙ୍କା ନେଇ ଫେରୁଥିବା ସମୟରେ ତାଙ୍କୁ କେହି ଦୁର୍ବୃତ୍ତ ଜଗତପୁର ପାଖରେ ଅଟକାଇଥିଲେ । ତାଙ୍କଠାରୁ ଟଙ୍କା ନେଇ ତାଙ୍କୁ ନିର୍ମମ ଭାବେ ହତ୍ୟା କରି ଚୌଦ୍ଵାର ମଙ୍ଗୁଳି ନିକଟସ୍ଥ ଚାଉଳିଆ ପୋଲ ନିକଟରେ ପକେଇ ଦେଇ ଫେରାର ହୋଇଯାଇଥିବା ତାଙ୍କ ଶଳା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ କଟକ ଜୋନ୍-୧ ଏସିପି ଶୁଭ ନାରାୟଣ ମୁଦୁଲି, ଚୌଦ୍ଵାର ଥାନା ଅଧିକାରୀ ଓ ଜଗତପୁର ଥାନା ଅଧିକାରୀଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲ ପଠାଇବା ସହ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।