ଅପରାଧ ରାଜ୍ୟ

ପୋଲିସ ସୁରକ୍ଷା ଥାଇ ବି ମନ୍ଦିରରେ କଳାକନା ବୁଲାଇଲେ ଚୋର, ୧୫ଟି ମୂର୍ତ୍ତି ସହ ଦାନବାକ୍ସରୁ ଚୋରି

ନିମାପଡା ୩।୬: ପିପିଲି ବ୍ଲକ୍ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଲକ୍ଷ୍ମୀନୃସିଂହ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଚୋରୀ ହୋଇଛି । ଏହି ମନ୍ଦିରଟି ତୃତୀୟ ନରସିଂହ ଦେବଙ୍କ ସମୟରେ ନିର୍ମାଣ ହୋଇଥିଲା । ଶେଷଦେବ, ବାସୁଦେବ, ଚନ୍ଦ୍ରଶେଖର, ଦୁର୍ଗାମାଧବ, ଲକ୍ଷ୍ମୀଙ୍କ ସମେତ ମୋଟ୍ ୧୫ଗୋଟି ମୂର୍ତ୍ତି ସହ ଠାକୁରଙ୍କ ମୁକୁଟ, ଖଡ଼ୁ ଏବଂ ଦାନବାକ୍ସରୁ ଚୋରୀ ହୋଇଛି ।

ଏହି ମନ୍ଦିରକୁ ଦୁଇ ଜଣ ପୋଲିସ କର୍ମଚାରୀ ଜଗିଥିବା ବେଳେ ତାଙ୍କୁ ଚକମା ଦେଖାଇ ମନ୍ଦିରରୁ ଚୋର ଚୋରି କରି ନେଇଛନ୍ତି । ପୋଲିସ ଥାଇ ଯଦି ମନ୍ଦିରରୁ ଚୋରି ହେଉଛି ତେବେ ମନ୍ଦିରକୁ ସୁରକ୍ଷା କିଏ ଦେବ ବୋଲି ପ୍ରଶ୍ନ ଉଠିଛି ।

ଗୁରୁବାର ମନ୍ଦିରରେ ନିତିକାନ୍ତି ସାରି ପୂଜକ ରାତି ୧୦ଟାରେ ମନ୍ଦିର ପହଡ଼ ପକାଇଥିଲେ । ଶୁକ୍ରବାର ସକାଳୁ ପୂଜକ ମନ୍ଦିରକୁ ଆସିବା ପରେ ଦେଖିଥିଲେ ଯେ ମନ୍ଦିର କବାଟର ତାଲା ଭଙ୍ଗା ଯିବା ସହିତ ମନ୍ଦିର ଖୋଲା ପଡ଼ିଛି । ମନ୍ଦିର ଭିତରେ ସିଂହାସନରେ କେବଳ ନୃସିଂହଙ୍କ ମୂର୍ତ୍ତି ଛାଡ଼ି ଆଉ କୌଣସି ମୂର୍ତ୍ତି ନାହିଁ । ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।