ଅପରାଧ ରାଜ୍ୟ

ପୋଲିସ କବ୍‌ଜାରେ ଭାଇ ଗ୍ୟାଙ୍ଗ୍, ୭ ସଦସ୍ୟ ଗିରଫ

ଭୁବନେଶ୍ବର ୨।୬: ଅଶାନ୍ତ ହୋଇଉଠିଛି ରାଜଧାନୀ ସହର । ସହରରେ ଦିନକୁ ଦିନ ମୁଣ୍ଡ ଟେକୁଥିବା ନୂଆ ନୂଆ ଦାଦା ଗ୍ରୁପ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅଳ୍ପ ବୟଷର ଯୁବପୀଢି ଏହି ଗ୍ରୁପରେ ସାମିଲ ହୋଇ ନିଜର ପତିଆରା ଜାହିର କରିବାକୁ ପଛାଉ ନାହାନ୍ତି । କମିସନରେଟ୍ ପୋଲିସ କବଜାରେ ଏଭଳି ଏକ ଗ୍ୟାଙ୍ଗ୍ ‘ଭାଇ ଗ୍ୟାଙ୍ଗ’ । ଗ୍ୟାଙ୍ଗର ୭ ଜଣଙ୍କୁ ଗିରଫ କଲା ଏୟାରଫିଲ୍ଡ ଥାନା ପୋଲିସ ।

ଗତ ୨୮ ତାରିଖରେ ସୁନ୍ଦରପଦା ଓମଫେଡ୍ ଦୋକାନୀ ଦୀପୁ ବେହେରାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ମାରଣାସ୍ତ୍ର ଧରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । କିଛି ଦିନ ହେବ ଏହି ଗ୍ୟାଙ୍ଗ ସୁନ୍ଦରପଦା ଅଞ୍ଚଳରେ ଆତଙ୍କ ଖେଳାଇଥିଲେ । ଅଭିଯୁକ୍ତଙ୍କଠାରୁ ମାରଣାସ୍ତ୍ର ଜବତ କରିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।