ଅପରାଧ ରାଜ୍ୟ

ପୋଲିସ କବ୍‌ଜାରେ ଦୁଇ ଚୋର, ୪ଟି ପାଣି ମଟର ଜବତ

ବାଲିପାଟଣା ୨।୭: ବାଲିପାଟଣା ପୋଲିସ କବ୍ଜାରେ ଦୁଇ ମଟର ଚୋର । ଗିରଫ ଦୁଇ ଚୋର ହେଉଛନ୍ତି ଖଜୁରିଆପଡ଼ା ଗ୍ରାମର ଦିପୁନା ଭୋଇ ଏବଂ ଭଗବତପଡା ଗ୍ରାମର ବୃନ୍ଦାବନ ଭୋଇ । ପୋଲିସ ୨ ଚୋର ନିକଟରୁ ୪ଟି ପାଣି ମଟର ଜବତ କରିଛି ।

ସୂଚନାଯୋଗ୍ୟ ଯେ, ବାଲିପାଟଣା ଥାନା ଖଜୁରିଆପଡ଼ା ଗ୍ରାମ ଏବଂ ଏହାର ଆଖପାଖ ଗ୍ରାମରୁ ବାରମ୍ବାର ମଟର ଚୋରି ହେଉଥିଲା । ପୋଲିସରେ ଅଭିଯୋଗ ପରେ ଏହି ୨ ଜଣିଆ ମଟର ଚୋର ଗ୍ୟାଙ୍ଗକୁ ଧରିବାକୁ ପୋଲିସ ତତ୍ପର ହୋଇଥିଲା । ତେବେ ୨ ଚୋର ଭଗବତପଡା ଗ୍ରାମରୁ ପାଣି ମଟର ଚୋରି ବେଳେ ଗ୍ରାମବାସୀ ସେମାନଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ପଚରା ଉଚରା ପରେ ୨ ଚୋରଙ୍କ ନିକଟରୁ ୪ଟି ପାଣି ମଟର ଜବତ କରିଥିଲା ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।