ଅପରାଧ ରାଜ୍ୟ

ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ସିରିଜ ଡକାୟତିରେ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା

ସାଲେପୁର ୦୭/୦୫: କିଶନନଗର ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଗତକାଲି ବିଳମ୍ବିତ ରାତିରେ ସିରିଜି ଡକାୟତି । ଲକ୍ଷ୍ୟାଧିକ ଟଙ୍କା ଓ ଗହଣା ଗାଣ୍ଠି ଲୁଟିନେଲେ ଡକାୟତମାନେ।ଏଭଳି ଘଟଣା ଘଟିଛି କଟକ ଜିଲ୍ଲା କିଶନନଗର ଥାନା ବୋଇଲୋ ଗ୍ରାମରେ ।

ବୋଇଲୋ ଗ୍ରାମର ୩ଜଣଙ୍କ ଘରକବାଟ ଭାଙ୍ଗି ଡକାୟତମାନେ ଲୁଟ କରିଥିଲେ । ବୋଇଲୋ ଗ୍ରାମର ସମରେନ୍ଦ୍ର ନାରାୟଣ ମିଶ୍ର, ପ୍ରିୟଦର୍ଶୀନୀ ମିଶ୍ର ଓ ମନ୍ଦାକିନୀ ନାୟକଙ୍କ ଘରୁ ଡକାୟତ ମାନେ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସୁନା ଗହଣା ସହ ୫୦ ହଜାର ଟଙ୍କା ଚୋରି ହୋଇଥିବାନେଇ କିଶନନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।