ଅପରାଧ ରାଜ୍ୟ

ପୋଖରୀ ପୁନଃରୁଦ୍ଧାର ବେଳେ ୨ ଗୋଷ୍ଠୀ ମୁହାଁମୁହିଁ, ବୁଝାସୁଝା କରୁଛି ପୋଲିସ

ମାଲକାନଗିରି ୧୯।୦୬: ପୋଖରୀ ପୁନଃରୁଦ୍ଧାର ବେଳେ ଗୋଷ୍ଠୀ ସଂଘର୍ଷ। ମାଲକାନଗିରି ସଦର ବ୍ଲକ ଏମପିଭି-୨ ଗାଁରେ ପୋଖରୀ ପୁନଃରୁଦ୍ଧାରକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ସ୍ଥିତିକୁ ଦେଖି ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ଖବର ଅନୁଯାୟୀ, ୧୯୭୪ ମସିହାରେ ଗାଁର ବଙ୍ଗୀୟ ଲୋକଙ୍କ ଲାଗି ନିର୍ମାଣ ହୋଇଥିବା ପୋଖରୀ କାଳକ୍ରମେ ପୋତି ହୋଇଯିବାରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ହେଲେ ପୋଖରୀ ପୁନଃରୁଦ୍ଧାର ବେଳେ ଗଣ୍ଡଗୋଳ ହୋଇଛି।ଏମପିଭି-୨ ଗାଁରେ ଥିବା ପୋଖରୀର ପୁନଃରୁଦ୍ଧାର ଲାଗି ଅମୃତ ସରୋବର ଯୋଜନାରେ ସରକାର ୫ ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି । ଏହି ଅର୍ଥରେ ପୋତି ହୋଇଯିବା ପୋଖରୀ ପୁନଃରୁଦ୍ଧାର ଆରମ୍ଭ ହୋଇଥିଲା । ପୋଖରୀକୁ ସାମାନ୍ୟ ବଡ଼ କରିବା ସହ ଗଭୀର ମଧ୍ୟ କରାଯାଉଥିଲା । ହେଲେ ପଡୋଶୀ ପୁନାରଗୁଡା ଗାଁର ଶତାଧିକ ଆଦିବାସୀ ଲୋକ ହାତରେ ଧନୁ ତୀର ନେଇ ପୋଖରୀ କାମ ବନ୍ଦ କରିବାକୁ ଲାଗିଥିଲେ। ପୁନାରଗୁଡା ବାସିନ୍ଦଙ୍କ କହିବା କଥା ପୋଖରୀ ପୁନଃରୁଦ୍ଧାର କରିବାକୁ ଯାଇ ପୁନାରଗୁଡାର ଇରମା ମାଡକାମିଙ୍କ ଚାଷ ଜମି କାଟି ଦିଆଯାଇଛି ।

ସେପଟେ ରାଜସ୍ବ ନିରିକ୍ଷକ ଓ ବିଭାଗିୟ ଯନ୍ତ୍ରୀ ଏହି ମାପ ଦେଇଥିବା ଏମପିଭି-୨ ଗାଁ ଲୋକେ କହିଛନ୍ତି । ପୋଖରୀ ଖନନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଘଟଣାସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିଛନ୍ତି । ସ୍ଥାନୀୟ ତହସିଲଦାର ଆସି ଜାଗା ନମାପିବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଥାନା ଅଧିକାରୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।