ରାଜ୍ୟ

ପୋଖରୀ ପାଣି ପିଉଛନ୍ତି ଗୋପଦା ଗ୍ରାମବାସୀ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପିପିଲି : ରାଜଧାନୀ ଉପକଣ୍ଠ ପିପିଲି ବ୍ଲକ୍‌ ଯଶୁଆପୁର ପଞ୍ଚାୟତ ଗୋପଦା ଗ୍ରାମରେ ଲୋକେ ପୋଖରୀ ପାଣି ପିଉଥିବା ଦେଖିବାକୁ ମିଳିଛି। ଏଠାରେ ସରକାରଙ୍କ ଜଳଜୀବନ ମିସନ ଫେଲ୍‌ ମାରିଥିବା ଜଣାପଡ଼ିଛି। ଗାଁ’ ଲୋକେ ଗ୍ରାମରେ ଥିବା ପୋଖରୀର ପାଣିକୁ ଦୀର୍ଘ ୮୦ ବର୍ଷ ହେବ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସାତସପନ ପାଲଟିଛି। ଏହି ପୋଖରୀରେ ଗ୍ରାମବାସୀ ସ୍ନାନଶୌଚ ହେଉଥିବା ବେଳେ ଏଠାରେ ଗୋରୁଗାଈଙ୍କୁ ମଧ୍ୟ ଗାଧୋଉଛନ୍ତି। ଅଇଁଠା ବାସନ ମଜାମଜିଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର ପାଇଁ ଗ୍ରାମବାସୀ ଏହି ପୋଖରୀ ଉପରେ ନିର୍ଭର କରୁଛନ୍ତି। ତେବେ ଏହି ପାଣିକୁ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଉଥିବାରୁ ଅନେକ ସମୟରେ ଝାଡ଼ାବାନ୍ତିଠାରୁ ଆରମ୍ଭ କରି ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ବିଶେଷକରି ଶିଶୁମାନେ ନାନା ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ଗାଁ’ରେ ଏକ ନଳକୂପ ଥିବା ବେଳେ ଏଥିରୁ ଲୁହାଳିଆ ପାଣି ବାହାରୁଛି।

ଗାଁ’ରେ ପାନୀୟ ଜଳର ଆବଶ୍ୟକତାକୁ ଦେଖି ପ୍ରଶାସନ ପକ୍ଷରୁ ସେଠାରେ ସୌରଚାଳିତ ନଳକୂପର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ୨୦୧୯ ଫନି ବାତ୍ୟା ପରଠାରୁ ଏହା ଖରାପ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଗ୍ରାମର ପାଣି ପରୀକ୍ଷା କରାଯାଇଥିଲା। ସେଥିରେ ୦.୩ ଲୌହ, ନାଇଟ୍ରେଟ୍‌ ୨୫.୦, ଫ୍ଲୋରାଇଡ୍‌ ୧.୦, ଆମୋନିଆ ୦.୫, ଟିଡିଏସ୍‌ ୫୬୦ ଓ ହାର୍ଡନେସ୍‌ ୧୪୦ ରହିଥିବା ବେଳେ ପାଣିର ମାନ ପିଏଚ୍‌ ୭ ବୋଲି ଜଣାପଡ଼ିଛି। ଗ୍ରାମର ୨୦ଟି ପରିବାରରେ ୧୧୨ ଜଣ ବସବାସ କରନ୍ତି। କିଛିଦିନ ହେବ ଅର୍ଜୁନସିଂହପୁରଠାରୁ ଗ୍ରାମର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହା ପିଇବା ଅନୁପଯୁକ୍ତ ବୋଲି ଗ୍ରାମବାସୀ କହିଛନ୍ତି। ପାଣି ଲୁହାଳିଆ ଲାଗୁଛି ଓ ଭାତ ନଷ୍ଟ ହୋଇଯାଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଭୂତଳ ଜଳ ଉତ୍ତୋଳନ କରି ପାଣିକୁ ବିଶୋଧନ କରାଯାଇ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।