ଅପରାଧ ରାଜ୍ୟ

ପୋଖରୀରେ ଭାସୁଛି ମହିଳାଙ୍କ ମୃତଦେହ, ହତ୍ୟା ପରେ ଫିଙ୍ଗିଦେଇଥିବା ସନ୍ଦେହ

କରଞ୍ଜିଆ ୦୨/୦୭: ଅଜଣା ମହିଳାଙ୍କୁ ହତ୍ୟା କରି ସାରିବା ପରେ ଶାଢୀରେ ଏକ ପଥର ବାନ୍ଧି ଏକ ପୋଖରୀ ଭିତରକୁ ଫିଙ୍ଗିଦେଲେ ଦୁର୍ବୃତ୍ତ, ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଣ୍ଡିପୁହାଁଣ ଗାଁର ଜଙ୍ଗଲ ନିକଟରେ ଥିବା ଏକ ପୋଖରୀରେ ଆଜି ସକାଳେ ମୃତ ଦେହକୁ ଭାସୁଥିବା ଦେଖି ଗାଁ ଲୋକେ ସଙ୍ଗେସଙ୍ଗେ ଥାନାକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ଯଶୀପୁର ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କ ଗଳିତ ମୃତଦେହକୁ ପୋଖରୀରୁ ଉଦ୍ଧାର କରିଥିଲେ । ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ମୃତଦେହଟିକୁ ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ କିଏ ଓ କାହିଁକି ମହିଳା ଜଣଙ୍କୁ ହତ୍ୟା କରି ଶାଢ଼ୀରେ ପଥର ବାନ୍ଧି ପୋଖରୀ ଭିତରକୁ ଫିଙ୍ଗିଦେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।