ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ପୋଇ ଶାଗରେ ରହିଛି ଅନେକ ଗୁଣ : ଦୂର କରିଥାଏ ଆଇରନ୍ ସମସ୍ୟା, ମଜବୁତ କରିଥାଏ ହାଡ

ଭୁବନେଶ୍ୱର ୧୨/୦୧ : ଭାରତରେ ଅନେକ ପ୍ରକାର ଶାଗ ଉପଲବ୍ଧ। ଶାଗ ଆପଣ ନିଜର ଦୈନନ୍ଦିନ ଡାଏଟିରେ ସାମିଲ କରିପାରିବେ। ପୋଇ ମଧ୍ୟ ଏକ ପ୍ରକାର ଶାଗ ଯାହା ଭାରତରେ ମିଳେ। ପୋଇ ଶାଗ ବହୁତ ସ୍ୱାସ୍ଥ୍ୟକର। ଦେଖିବାକୁ ଏହା ପ୍ରାୟ ପାଳଙ୍ଗ ଶାଗ ଭଳି। ପୋଇ ଶାଗକୁ ବିଭିନ୍ନ ତରିକାରେ ରନ୍ଧାଯାଏ। ଏହି ଶାଗ ଶରୀରରେ ଆଇରନର ଅଭାବ ଦୂର କରିଥାଏ। ତାଛଡା ହୃଦୟ ଓ ମସ୍ତିସ୍କକୁ ମଧ୍ୟ ସୁସ୍ଥ ରଖିଥାଏ। ନିୟମିତ ପୋଇ ଶାଗ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର। ପୋଇ ଶାଗର ଆହୁରି ଅନେକ ଲାଭ ରହିଛି।


୧. ପୋଇ ଶାଗ ଫାଇବର ଭଳି ପୋଷାକ ତତ୍ତ୍ୱରେ ଭରପୁର। ଏହା ଶରୀରରେ ଥିବା ବ୍ୟାଡ଼ କୋଲେଷ୍ଟ୍ରୋଲକୁ କମ କରିଥାଏ ଓ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏହା ରକ୍ତ ସଞ୍ଚାଳନରେ ସୁଧାର ଆଣିଥାଏ ଏବଂ ହୃଦୟ ସହ ଜଡିତ ରୋଗର ଆଶଙ୍କା କମ କରିଥାଏ। ଏଥିରେ ପୋଟାସିୟମ ମଧ୍ୟ ରହିଛି ଯାହା ରକ୍ତଚାପ ନିୟନ୍ତ୍ରଣ କରିଥାଏ।


୨. ଆଇରନ୍ ବ୍ଲଡ଼୍ ସେଲର ଉଚିତ ଉତ୍ପାଦନର ଏକ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ। ଆଇରନ୍ ଅଭାବ ଯୋଗୁଁ ହେମୋଗ୍ଲୋବିନ୍ ଉତ୍ପାଦନ ପ୍ରଭାବିତ ହୋଇଥାଏ ଯେଉଁଥିପାଇଁ ଏନିମିଆ ହେବାର ଆଶଙ୍କା ଥାଏ।

୩. ପୋଇ ଶାଗରେ ମ୍ୟାଗନେସିୟମ୍ ଓ କ୍ୟାଲସିୟମ୍ ଭରପୁର ମାତ୍ରାରେ ରହିଛି। ଏହି ଦୁଇଟି ପୋଷାକ ତତ୍ତ୍ୱ ହାଡ ମଜବୁତ କରିବାରେ ସାହାଯ୍ୟ କରିଥାଏ। ନିୟମିତ ସେବନ ଦ୍ୱାରା ହାଡ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଏହା ଭିଟାମିନ୍-ସି ର ଏକ ପ୍ରମୁଖ ସ୍ରୋତ ଯେଉଁଥିପାଇଁ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।


୪. ଅନିଦ୍ରା ସମସ୍ୟା ପାଇଁ ମଧ୍ୟ ପୋଇ ଶାଗ ବହୁତ ଲାଭଦାୟକ। ଯଦି ଆପଣଙ୍କୁ ରାତିରେ ନିଦ ହେଉନାହିଁ କିମ୍ବା ଅନିଦ୍ରା ସମସ୍ୟା ରହିଛି ତାହେଲେ ନିୟମିତ ପୋଇ ଶାଗ ସେବନ କରିପାରିବେ। ପୋଇ ଶାଗରେ ମ୍ୟାଗନେସିୟମ ଜିଙ୍କର ଗୁଣ ରହିଛି ଯାହା ନିଦ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ

୫. ପୋଇ ଶାଗରେ ବହୁ ମାତ୍ରାରେ ଫାଇବର ରହିଛି ଯାହା ପାଚନ ତନ୍ତ୍ରକୁ ମଜବୁତ କରିଥାଏ। ସୁସ୍ଥ ପାଚନ ପ୍ରଣାଳୀ ପାଇଁ ପୋଇ ଶାଗ ସେବନ କରିପାରିବେ। ତାଛଡା ଏହା ପେଟ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ। ଏହା ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ