ଅପରାଧ ରାଜ୍ୟ

ପୋଲିସ ଘରୁ ଚୋରି, ଚାବି ଭାଙ୍ଗି ନେଇଗଲେ ନଗଦ ଟଙ୍କା ଏବଂ ଦାମୀ ସାମଗ୍ରୀ

ଭୁବନେଶ୍ୱର ୦୬।୧୦ : ରାଜଧାନୀରେ ପୋଲିସ କ୍ବାର୍ଟରରୁ ଚୋରି ହୋଇଛି। ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ବସଷ୍ଟାଣ୍ଡ ପଛପଟେ ଥିବା ହାବିଲଦାର ବାସୁଦେବ ପଣ୍ଡାଙ୍କ ସରକାରୀ କ୍ବାର୍ଟରରୁ ଚୋରି ହୋଇଛି ।

ଖବର ଅନୁଯାୟୀ, ପୋଲିସ କର୍ମଚାରିଙ୍କ ପାଇଁ ଥିବା ବରମୁଣ୍ଡା ଟେଲକୋ ପୋଲିସ କଲୋନୀର ୮୨ ନମ୍ଵର୍ କ୍ବାର୍ଟରରୁରେ ହାବିଲଦାର ବସୁଦେବଙ୍କ ମାଉସୀ ପୁଅ ଭାଇଙ୍କ ପରିବାର ରହୁଥିଲେ । ବୁଧବାର ସନ୍ଧ୍ୟା ୭ଟାରେ ଘର ଚାବି ପକାଇ ଦୂର୍ଗା ପୂଜା ଦେଖିବାକୁ ବାହାରିଥିଲେ । ରାତି ୯ଟା ସମୟରେ ଘରକୁ ଫେରିବା ବେଳକୁ ଦେଖିଲେ ଘର କବାଟ ତାଲା ଭଙ୍ଗା ଯାଇଛି । ଘର ଭିତରେ ଥିବା ସୁନା ଓ ରୂପା ଅଳଙ୍କାର ସହିତ ୪୮ ହଜାର ଟଙ୍କା, ଏକ ଟିଭି ଓ ଗ୍ରାଇଣ୍ଡର୍ ମଧ୍ୟ ନେଇଯାଇଛନ୍ତି ଚୋର ମାନେ। ଖବର ପାଇ ଭରତପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।