ଅପରାଧ ରାଜ୍ୟ

ପୋଲିସକୁ ମଦ ବେପାରୀଙ୍କ ଆକ୍ରମଣ, ରାସ୍ତା ଅବରୋଧ କଲେ ଅଭିଯୁକ୍ତ

ବାଲିପାଟଣା ୧୬।୦୫: ଚଢାଉ ବେଳେ ପୋଲିସକୁ ଆକ୍ରମଣ । ଚୋରାରେ ମଦ ବିକ୍ରି କରୁଥିବା ଦୋକାନ ଉପରେ ଚଢାଉ କରିବାକୁ ଯାଇଥିଲେ ପୋଲିସ । ଏହାପରେ ବେପାର କରୁଥିବା ଦୋକାନୀ ପରିବାର ଓ ସମର୍ଥକଙ୍କ ପକ୍ଷରୁ ରାସ୍ତାରୋକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକାଧିକ ଲୋକଙ୍କୁ ଗିରଫ କରିଥିବା ବେଳେ ଆଉ କିଛି ଫେରାର ହୋଇଛନ୍ତି । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜରାରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ନରଦା ଗ୍ରାମରେ ଜଣେ ବ୍ୟକ୍ତି ଦିର୍ଘ ଦିନ ଧରି ଚୋରା ମଦ କାରବାର କରୁଥିଲେ । ରବିବାର ଦିନ ସାଧା ପୋଷାକ ଧାରୀ ପୋଲିସ ସେହି ଦୋକାନକୁ ଯିବା ସହ ମଦ ବିକ୍ରି ହେଉଥିବା ଦେଖିଥିଲେ । ପରେ ବାଲିପାଟଣା ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଦୋକାନରେ ଚଢାଉ କରିଥିଲେ । ଚଢାଉ ସମୟରେ ମଦ ଦୋକାନୀଙ୍କ ପରିବାର ଏବଂ ତାଙ୍କ ସମର୍ଥକ ପୋଲିସ୍ ଟିମ୍ ଉପରେ ଆକ୍ରମଣ କରିବା ସହ ଅଶ୍ଳିଳ ଭାଷାରେ ଗାଲି ଗୁଲଜ କରିଥିଲେ ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା କି ଗଣ୍ଡଗୋଳ ଘଟଣାର ସମସ୍ତ ଅଭିଯୁକ୍ତ ଆଜି ନିମାପଡ଼ା-ବାଲିପାଟଣା ରାସ୍ତା ନରଦା ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବର ପାଇ ବାଲିପାଟଣା ଆଇଆଇସି କୃପାସିନ୍ଧୁ ବରାଡ, ବାଲିଅନ୍ତା ଥାନା ଆଇଆଇସି ଯୁବରାଜ ସ୍ଵାଇଁ, ପାହାଳ ଥାନା ଆଇଆଇସି ଷ୍ଟାଲିନ୍ ବିଶ୍ଵାଳ, ବନମାଳିପୁର ଫାଣ୍ଡି ଅଧିକାରୀ ହରିକୃଷ୍ଣ ପ୍ରଧାନ ପହଁଞ୍ଚି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ମଦ ବେପାରୀଙ୍କ ଏପରି କାର୍ଯ୍ୟକୁ ସ୍ଥାନୀୟଅଞ୍ଚଳବାସୀ ନିନ୍ଦା କରିବା ସହ ପୋଲିସ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।