ଖେଳ

ପୋଲାଣ୍ଡ ଓପନ୍‌, ସ୍ବର୍ଣ୍ଣ ପାଇଁ ଲଢ଼ିବେ ରବି

ୱାର୍‌ସ: ଅଲିମ୍ପିକ୍‌ ଯୋଗ୍ୟ ଭାରତୀୟ କୁସ୍ତିଯୋଦ୍ଧା ରବି ଦାହିୟା ଚଳିତ ୨୦୨୧ ଋତୁରେ ନିଜର ଦ୍ବିତୀୟ ଟ୍ରଫି ହାସଲ କରିବା ସମ୍ଭାବନା ସୃଷ୍ଟି କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଶେଷ ରୢାଙ୍କିଙ୍ଗ୍‌ ସିରିଜ୍‌ ଇଭେଣ୍ଟ ପୋଲାଣ୍ଡ ଓପନ୍‌ରେ ୬୧ କେଗି ବର୍ଗ ଫାଇନାଲ୍‌ରେ ପହଞ୍ଚି ରବି ଏହି ସମ୍ଭାବନା ରଖିଛନ୍ତି। ଚଳିତ ଋତୁରେ ନିଜର ଦ୍ବିତୀୟ ପ୍ରତିଯୋଗିତାରେ ଉଭା ହୋଇଥିବା ରବିଙ୍କ ବାମ ଗୋଡ଼କୁ ତାଙ୍କର ସମସ୍ତ ପ୍ରତିଦ୍ବନ୍ଦ୍ବୀ ଟାର୍ଗେଟ୍‌ କରିଥିଲେ। ହେଲେ ଏହି ଏସୀୟ ବିଜେତା ଏବଂ ୨୦୧୯ ବିଶ୍ବ ଚାମ୍ପିଅନ୍‌ସିପ୍‌ର କାଂସ୍ୟ ପଦକ ବିଜେତା ନିଜ ଲଢ଼େଇରେ ସମସ୍ତଙ୍କୁ ଚକ୍‌ମା ଦେଇଥିଲେ।

ଉଜ୍‌ବେକିସ୍ତାନର ଗୁଲୋମଜନ୍‌ ଅବ୍‌ଦୁଲାଇଭ୍‌ଙ୍କ ବିପକ୍ଷରେ ୧୦-୧ର ସହଜ ବିଜୟ ସହ ଅଭିଯାନ ଆରମ୍ଭ କରିବା ପରେ କାଜାକସ୍ତାନର ଅଦ୍‌ଲାନ ଅସ୍‌କାରୋଭ୍‌ଙ୍କ ବିପକ୍ଷରେ କିଛିଟା ସଂଘର୍ଷ କରି ୧୩-୮ରେ ଜିତିଥିଲେ। ଏହାପରେ ଆମେରିକାର ନାଥନ୍‌ ଖଲିଦ ତୋମାସେଲୋଙ୍କୁ ୯-୫ରେ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ପକ୍କା କରିଥିଲେ। ଶେଷରେ ବୁଧବାର ସେମିଫାଇନାଲ୍‌ରେ ଇରାନ ଯୋଦ୍ଧା ରିଜା ଅହମ୍ମଦାଲି ଆତ୍ରିଙ୍ଗ୍‌ହାର୍ଚିଙ୍କୁ ୭-୪ରେ ପରାସ୍ତ କରି ଟ୍ରଫି ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ଏବେ ସେ ସ୍ବର୍ଣ୍ଣ ପଦକ ପାଇଁ ଅବ୍‌ଦୁଲାଇଭଙ୍କ ସହ ଲଢ଼ିବେ। ଯାହାକୁ କି ସେ ପ୍ରଥମ ଲଢ଼େଇରେ ଅତି ସହଜରେ ପରାସ୍ତ କରିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ