ଅପରାଧ ରାଜ୍ୟ

ପୋଖରୀରୁ ମାଛ ନେଲା କିଏ ? ଥାନାରେ ଏତଲା ଦେଲେ ସରପଞ୍ଚ

ଭଦ୍ରକ ୨୨।୦୫ : ସରକାରୀ ପୋଖରୀରୁ ବିନା ନିଲାମରେ ମାଛ ଉଭାନ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ନଵ ନିର୍ବାଚିତ ସରପଞ୍ଚ ଉଦବେଗ ପ୍ରକାଶ କରିଛନ୍ତି । ଗଢିଆରୁ ମାଛ ନେଇଯିବା ଘଟଣା ଏବେ ଥାନାରେ ପହଞ୍ଚିଛି । ଭଦ୍ରକ ବ୍ଲକ ସାହାଡ଼ା ପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଘଟଣା ।

ଖବର ଅନୁଯାୟୀ, କିଛି ବର୍ଷ ହେଲା ବେଆଇନ ଭାବେ ୧୦ ଗୋଟି ପୋଖରୀକୁ ନିଲାମ କରାନଯାଇ ମାଛ ଧରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ସରପଞ୍ଚ ଓ ସ୍ଥାନୀୟ ବାସିନ୍ଦା। ତେଣୁ ଏବିଷୟରେ ନବନିର୍ବାଚିତ ସରପଞ୍ଚ ମାଧବାନନ୍ଦ ମଲ୍ଲିକ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ ଏବିଷୟରେ ତଥ୍ୟ ନଦେଇ ଓଲଟି ସରପଞ୍ଚଙ୍କୁ ଖରାପ ବ୍ୟବହାର ସହିତ ଏଥିରେ ମୁଣ୍ଡ ନପୁରାଇବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ସେପଟେ ସରପଞ୍ଚ ଏବିଷୟରେ ଭଦ୍ରକ ସାବରଙ୍ଗ ଥାନାରେ ଅଭିଯୋଗ କରିବା ସହିତ ଉପରିସ୍ଥ ଅଧିକାରୀମାନଙ୍କୁ ଜଣାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଏହି ପଞ୍ଚାୟତର ୧୦ଟି ପୋଖରୀକୁ ବେଆଇନ ଭାବେ ନିଲାମ ନକରାଯାଇ ଜୋର ଜବରଦସ୍ତ ଭାବେ କବଜା କରି ମାଛ ଧରୁଛନ୍ତି । ଯାହାଫଳରେ ପଞ୍ଚାୟତର ବ୍ୟାପକ ରାଜସ୍ବ ହାନି ହେଉଛି । ତେଣୁ ସେ ନିର୍ବାଚିତ ହେବା ପରେ ଏବିଷୟରେ ଜାଣି ପଚାରିବାରୁ ଜବରଦଖଲ କାରି ମାନେ ହତ୍ୟା ଧମକ ଦେଉଛନ୍ତି । ଘଟଣାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରିନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।