ସୋନପୁର ୨୮।୦୯: ଗାଧୋଇବାକୁ ଯାଇ ପୋଖରୀରୁ ମହିଳା ନିଖୋଜ । ପୋଖରୀରେ ବୁଡିଯାଇଥିବା ସନ୍ଦେହରେ ସ୍ଥାନୀୟ ଲୋକଙ୍କ ସହ ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ଖୋଜା ଖୋଜି ଜାରି ରହିଛି । ସୋନପୁର ଜିଲ୍ଲା ସୋନପୁର ଥାନା ହରଡଖୋଲର ଘଟଣା ।
ଖବର ଅନୁଯାୟୀ, ମଙ୍ଗଳବାର ସକାଳୁ ହରଡଖୋଲ ଗାଁର ହେମଲତା ମେହେର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ତେବେ କିଛି ସମୟ ପରେ ସେ ନିଖୋଜ ଥିବା ଲୋକ ଖବର ପାଇଥିଲେ । ଗାଧୁଆ ତୁଠରେ ଏକ ବାଲଟି ଓ ତାଙ୍କ ଚପଲ ଥିବା ଲୋକ ଦେଖିଥିଲେ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ପୋଖରୀରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ତେବେ କିଛି ସମୟ ଖୋଜିବା ପରେ ନମିଳିବାରୁ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏବେ ଯାଏଁ ନିଖୋଜ ମହିଳାଙ୍କର କୌଣସି ପତ୍ତିମିଳିନାହିଁ ।