ରାଜ୍ୟ ସ୍ପେଶାଲ ରିପୋର୍ଟ

ପେସାରେ ଅଧ୍ୟାପକ ସବୁଜ ମଣିଷ ସୁଧୀର, କାନ୍ଧରେ ପରିବେଶ ସୁରକ୍ଷା ଦାୟିତ୍ବ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବ୍ରହ୍ମପୁର: ପେସାରେ ଜଣେ ଅଧ୍ୟାପକ। ହେଲେ ନିଶା ତାଙ୍କର ପରିବେଶ ସୁରକ୍ଷା। ବୟସ ୬୦ ଛୁଇଁଲାଣି। ତଥାପି ସେ ଥକିନାହାନ୍ତି। ନିଜ ପାଇଁ ନୁହେଁ, ମଣିଷ ସମାଜର ସୁରକ୍ଷା ପାଇଁ ସେ କାନ୍ଧରେ ପରିବେଶ ସୁରକ୍ଷା ଦାୟିତ୍ବ ଉଠାଇଛନ୍ତି। ସେ ହେଉଛନ୍ତି ବ୍ରହ୍ମପୁର ସହରର ଜଣେ ପରିଚିତ ବ୍ୟକ୍ତିତ୍ବ ସୁଧୀର ରାଉତ। ସୁଧୀର ବ୍ରହ୍ମପୁର ସହରର ସବୁଜ ମଣିଷ ଭାବେ ପରିଚିତ। ଦୀର୍ଘ ୧୫ବର୍ଷରୁ ଅଧିକ ସମୟ ହେଲା ସେ ପରିବେଶ ସୁରକ୍ଷା କାମ କରୁଛନ୍ତି। ପ୍ଲାଷ୍ଟିକ୍‌ ବର୍ଜନ ସହିତ ବୃକ୍ଷରୋପଣ କରି ପରିବେଶ ବଞ୍ଚାଇବା ବାର୍ତ୍ତା ବାଣ୍ଟିଚାଲିଛନ୍ତି ସୁଧୀର। ପରିବେଶ ସଚେତନତା ବାର୍ତ୍ତା ଲେଖା ହୋଇଥିବା ପ୍ଲା-କାର୍ଡ଼ ଧରି ସେ ସହରସାରା ବୁଲି ଲୋକଙ୍କୁ ସଚେତନ କରି ଆସୁଛନ୍ତି। ତାଙ୍କ ଏହି ଅଭିଯାନରେ ସହରର ବହୁ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି।

ପରିବେଶର ସନ୍ତୁଳନ ବିଗିଡ଼ିବାରୁ ଜଳବାୟୁରେ ପରିବର୍ତ୍ତନ ଦେଖା ଦେଉଛି। ବର୍ଷା କମିବା ସାଙ୍ଗକୁ ଦିନକୁ ଦିନ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ପଲିଥିନ୍‌, ପ୍ଲାଷ୍ଟିକ୍‌ ଓ ସାରର ବହୁଳ ମାତ୍ରାରେ ବ୍ୟବହାର ଯୋଗୁଁ ମାଟିର ଉର୍ବରତା ହ୍ରାସ ପାଉଛି। ଏପରିକି ଗଛ ବଢ଼ି ପାରୁ ନାହିଁ। ଏଭଳି ସମସ୍ୟା ଯୋଗୁଁ ପରିବେଶ ଉପ‌ରେ ତା’ର କୁପ୍ରଭାବ ପଡ଼ୁଛି। ଏଥିରୁ ମୁକ୍ତି ପାଇବା ପାଇଁ ହେଲେ ବ୍ୟାପକ ବୃକ୍ଷରୋପଣ ସହିତ ପ୍ଲାଷ୍ଟିକ୍‌ ବର୍ଜନ କରିବାକୁ ସବୁଜ ମଣିଷ ସୁଧୀର ଜନସାଧାରଣଙ୍କୁ ସଚେତନ କରି ଆସୁଛନ୍ତି।

ଅଧିକାଂଶ ଦିନ ସୁଧୀର ସକାଳୁ ସକାଳୁ ସଚେତନତା ବାର୍ତ୍ତା ଲେଖା ହୋଇଥିବା ପ୍ଲା-କାର୍ଡ଼ ଧରି ବିଭିନ୍ନ ଛକରେ ଛିଡ଼ା ହୋଇଥିବା ଦେଖିବାକୁ ମିଳନ୍ତି। ରାସ୍ତାରେ ଯାଉଥିବା ଲୋକଙ୍କୁ ପରିବେଶ ସୁରକ୍ଷା ଉପରେ ବୁଝାଇବା ସହିତ ବୃକ୍ଷରୋପଣ କରିବାକୁ ଉତ୍ସାହିତ କରିଥାନ୍ତି। ସୁଧୀର ଏକୁଟିଆ ଖରାରେ ଛିଡ଼ା ହୋଇ ପରିବେଶ ଉପରେ ସଚେତନତା ବାର୍ତ୍ତା ବାଣ୍ଟୁଥିବା ଦେଖି ଧୀରେ ଧୀରେ କିଛି ସଚେତନ ନାଗରିକ ତାଙ୍କ ସହିତ ଯୋଡ଼ି ହୋଇଥିଲେ। ଏବେ ବହୁ ସଚେତନ ନାଗରିକ ସୁଧୀରଙ୍କ ସହିତ ହାତ ମିଳାଇ ପରିବେଶ ସୁରକ୍ଷା ପାଇଁ ବ୍ରହ୍ମପୁର ସହରବାସୀଙ୍କୁ ସଚେତନ କରୁଛନ୍ତି। ଦୁଇରୁ ତିନିଜଣ ଲେଖାଏଁ ଟିମ୍‌ କରି ସୁଧୀରଙ୍କ ନେତୃତ୍ବରେ ଏମାନେ ଇଂଜିନିୟରିଂ ସ୍କୁଲ ଛକ, କୋର୍ଟପେଟା ଛକ, ବିଜିପୁର ଛକ, ଖଲ୍ଲିକୋଟ କଲେଜ ଛକ, ପୁରୁଣା ବ୍ରହ୍ମପୁର, ସାନବଜାର, ହନୁମାନ ବଜାର, ବଡ଼ବଜାର ଭଳି ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ସଚେତନ କରିଆସୁଛନ୍ତି। ପ୍ଲାଷ୍ଟିକ୍‌ ପ୍ଲେଟ୍‌, କପ୍‌, ଗ୍ଲାସ୍‌ ଓ ଚାମଚ ବ୍ୟବହାର ବନ୍ଦ କରି ଭବିଷ୍ୟତକୁ ସୁରକ୍ଷିତ ରଖିବା ନେଇ ସୁଧୀରଙ୍କ ଟିମ୍‌ ଜନସାଧାରଣଙ୍କୁ ଆହ୍ବାନ କରି ଆସୁଛନ୍ତି।

ସେହିପରି ସୁଧୀର ବୃକ୍ଷରୋପଣକୁ ମଧ୍ୟ ବ୍ରତ ଭାବେ ଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୧୫ଟି ଲଣ୍ଡା ପାହାଡ଼କୁ ସବୁଜମୟ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସୁଧୀର। ଇତିମଧ୍ୟରେ ଗିରିସୋଲା ନିକଟରେ ଥିବା ଏକ ପାହାଡ଼କୁ ସବୁଜବନାନୀରେ ପରିଣତ କରିସାରିଛନ୍ତି ସୁଧୀର। ଏହା ସହିତ ଆବଶ୍ୟକ ନହେଲେ ଗାଡ଼ି ବ୍ୟବହାର ନକରି, ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ଠାରୁ ମଧ୍ୟ ଦୂରେଇ ରହିବାକୁ ସୁଧୀର ଜନସାଧାରଣଙ୍କୁ ସଚେତନ କରି ଆସୁଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।