ଧର୍ମ ସ୍ୱାସ୍ଥ୍ୟ

ପେପର କପରେ ଚା’ କଫି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ, ହେଇପାରେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ

ଖଡଗପୁର: ଆପଣ ବଜାରକୁ ଗଲେ କାଚ କ୍ଲାସ ବଦଳରେ ପେପର କପରେ ଚାହା ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ ! ଏହା ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ । ଏହାକୁ ନେଇ ଆଇଆଇଟି ଖଡଗପୁରର ବୈଜ୍ଞାନିକ ଏକ ବଡ଼ ଖୁଲାସା କରିଛନ୍ତି । ରିସର୍ଚ୍ଚ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୩ ଥରରୁ ଅଧିକ ପେପର କପରେ ଚାହା ପିଉଛନ୍ତି ତେବେ ଆପଣ ୭୫ ହଜାର ସୁକ୍ଷ୍ମ କଣିକା ଗିଳୁଛନ୍ତି । ପ୍ଲାଷ୍ଟିକ କପ ହାନିକାରକ ଜାଣିବା ପରେ ସମସ୍ତେ ପେପର କପରେ ଚାହା ପିଇବା ଆରମ୍ଭ କରିଥିଲେ, କିନ୍ତୁ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ପେପର କପରେ ଚାହା ପିଇବା ମଧ୍ୟ ସ୍ୱାସ୍ଥ୍ୟ ପ୍ରତି ହାନିକାରକ ।

ଗବେଷଣାରୁ ଜଣାପଡ଼ିଛି ଯେ, କପର ଭିତର ସ୍ଥରରେ ବ୍ୟବହୃତ ସାମଗ୍ରୀରେ ସୁକ୍ଷ୍ମ ପ୍ଲାଷ୍ଟିକ ଏବଂ ଅନ୍ୟ ହାନିକାରକ ପଦାର୍ଥ ରହିଥାଏ ଏବଂ ସେହି କପରେ ଚାହା କିମ୍ବା ଅନ୍ୟ ଗରମ ପାନୀୟ ପିଇଲେ ତାହା ବିଷାକ୍ତ ପ୍ଲାଷ୍ଟିକ ସହ ମିଶି ଯାଇଥାଏ ।


ଦେଶରେ ପ୍ରଥମଥର ପାଇଁ କରାଯାଇଥିବା ଗବେଷଣାରେ ସିଭିଲ ଇଞ୍ଜିନିୟରିଂ ବିଭାଗର ଗବେଷକ ଓ ଆସୋସିଏଟ ପ୍ରେଫେସର ଡ. ସୁଧା ଗୋୟେଲ ଏବଂ ପର୍ଯ୍ୟାବରଣ ଇଞ୍ଜିନିୟରିଂ ଏବଂ ପ୍ରବନ୍ଧନ ଅଧ୍ୟୟନ କରୁଥିବା ରିସର୍ଚ୍ଚରବେଦ ପ୍ରକାଶ ରଞ୍ଜନ ଓ ଅନୁଜା ଜୋସେଫ କହିଛନ୍ତି ଯେ ୧୫ ମିନିଟ ଭିତରେ ଏହି ସୁକ୍ଷ୍ମ ପ୍ଲାଷ୍ଟିକ କଣିକା ଗରମ ତରଳ ପାନୀୟ ଯୋଗୁଁ ତରଳି ଯାଇଥାଏ । ଯାହାକୁ ପିଇବା ଦ୍ୱାରା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ