ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ପେଟର ମେଦବହୁଳତାକୁ କମ୍ କରିବାକୁ ଚାହୁଁଛନ୍ତି କି? ତେବେ ନିଶ୍ଚୟ ଖାଆନ୍ତୁ ଏହି ୫ଟି ଖାଦ୍ୟ

ଯଦି ଆପଣଙ୍କ ପେଟର ଚର୍ବି ଆପଣଙ୍କ ସୌନ୍ଦର୍ଯ୍ୟକୁ ଫିକା କରି ଦେଉଛି ତେବେ ଶୀତଦିନ ଏଥିରୁ ମୁକ୍ତି ଦେବାରେ ସହାୟକ ହେବ। ପେଟରେ ଚର୍ବି କେବଳ ଆପଣଙ୍କ ଶରୀରର ସୌନ୍ଦର୍ଯ୍ୟକୁ କମ୍ କରିନଥାଏ ବରଂ ଏହା ଉତ୍ତମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହେବ। ବିଶୃଙ୍ଖଳିତ ଦିନଚର୍ଯ୍ୟା ଏବଂ ଓ୍ବାର୍କଆଉଟର ଅଭାବ ଯୋଗୁଁ ପେଟ ପାଖରେ ଅତିରିକ୍ତ ଚର୍ବି ଜମା ହେବାକୁ ଲାଗିଥାଏ,ଯାହାକୁ ଇଂରାଜୀରେ ବେଲି ଫ୍ୟାଟ୍ କୁହାଯାଇଥାଏ। ଶୀତଦିନେ ଏପରି ଅନେକ ଖାଦ୍ୟ ରହିଛି ଯାହା ସାହାଯ୍ୟରେ ଆପଣ ଘରେ ବସି ନିଜ ବେଲି ଫ୍ୟାଟ୍‌ରୁ ମୁକ୍ତି ପାଇ ପାରିବେ। ଆସନ୍ତୁ ଜାଣିବା ଏହି ଖାଦ୍ୟ ଗୁଡ଼ିକ ବିଷୟରେ।


୧. ଅଦା : ବେଲି ଫ୍ୟାଟକୁ କମ୍ କରିବାରେ ଅଦା ପ୍ରଭାବଶାଳୀ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ବଢ଼ିଥିବା ବେଲି ଫ୍ୟାଟକୁ କମ୍ କରିବା ସହ ଭୋକକୁ ଚାପିବାରେ ମଧ୍ୟ ସହାୟକ ହୋଇଥାଏ। ଯାହା ଫଳରେ ବ୍ୟକ୍ତିଙ୍କୁ ବାରମ୍ବାର କିଛି ଖାଇବାକୁ ଇଚ୍ଛା ହୋଇନଥାଏ ଏବଂ ତାଙ୍କ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇଥାଏ।


୨. ଗାଜର : ଶୀତଦିନେ ମିଳୁଥିବା ଗାଜରରେ କ୍ୟାଲୋରୀର ମାତ୍ରା କମ୍ ହୋଇଥାଏ। ଗାଜର ସେବନ କରିବା ଦ୍ବାରା ମେଟାବଲିଜମ୍ ବୁଷ୍ଟ୍ ହୋଇଥାଏ। ଯାହା ଫଳରେ ଆପଣ ନିଜ ଓଜନ କମ୍ କରି ପାରିବେ।

୩. ବ୍ରୋକୋଲି : ବ୍ରୋକୋଲିରେ ଥିବା କ୍ୟାଲସିୟମ୍ ଏବଂ ଭିଟାମିନ୍ ସି ମେଟାବଲିଜମ୍ ବୁଷ୍ଟ୍ କରି ଶରୀରର ଫ୍ୟାଟକୁ ବର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ। ଏହା ସହିତ ଏହା ସେବନ କରିବା ଦ୍ବାରା ପାଚନ କ୍ରିୟା ମଧ୍ୟ ଠିକ୍ ହୋଇଥାଏ।


୪. କୋବି : କୋବିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ଓଜନ କମ୍ କରିବାରେ ସହାୟକ ହୋଇଥାଏ। କେବଳ ଏତିକି ନୁହେଁ ଏହା ସେବନ କରିବା ଦ୍ବାରା ବେଲି ଫ୍ୟାଟ୍ ବର୍ଣ୍ଣ ହୋଇଥାଏ।

୫.କାକୁଡ଼ି : କାକୁଡ଼ି ଫାଇବରର ଭଲ ସ୍ରୋତ ହୋଇଥାଏ। ଶୀତଦିନେ କାକୁଡ଼ି ସେବନ କରିବା ଦ୍ବାରା ବ୍ୟକ୍ତି ଡି-ହାଇଡ୍ରେଟ୍ ହେବାରୁ ବର୍ତ୍ତିଥାଏ। କେବଳ ଏତିକି ନୁହେଁ ଏହା ନିୟମିତ ସେବନ କରିବା ଦ୍ବାରା ବେଲି ଫ୍ୟାଟ୍ ମଧ୍ୟ କମ୍ କରାଯାଇପାରେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ