ଦେଶ ବିଦେଶ ମନୋରଞ୍ଜନ

ପୃଥ୍ବୀ ଶଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ଗର୍ଲଫ୍ରେଣ୍ଡ ପ୍ରାଚୀ ସିଂ : ହାର୍ଟ ଇମୋଜୀ ସହ ସେୟାର କଲେ ଫଟୋ

ମୁମ୍ବାଇ ୧୧/୧୧: ଭାରତୀୟ କ୍ରିକେଟ୍ ଟିମ୍‌ର ଯୁବ ବ୍ୟାଟସମ୍ୟାନ୍ ପୃଥ୍ବୀ ଶ ଏବଂ ଅଭିନେତ୍ରୀ ପ୍ରାଚୀ ସିଂଙ୍କ ଆଫେୟାରର ଖବର ଗତ କିଛି ମାସରୁ ଚର୍ଚ୍ଚାରେ ରହିଛି। ପୁଣି ଥରେ ପ୍ରାଚୀ ଏକଥାର ପ୍ରମାଣ ଦେଇ ଦେଇଛନ୍ତି ଯେ ତାଙ୍କ ଏବଂ ପୃଥ୍ବୀଙ୍କ ମଧ୍ୟରେ କିଛି ତ ଅଛି। ସୋମବାର ପୃଥ୍ବୀଙ୍କ ଜନ୍ମଦିନରେ ପ୍ରାଚୀ ,ପୃଥ୍ବୀଙ୍କର ଏକ ଫଟୋ ସେୟାର କରି ହାର୍ଟ ଇମୋଜୀ ବ୍ୟବହାର କରିଥିଲେ।


ଅଭିନେତ୍ରୀ ପ୍ରାଚୀ ସିଂହ ସୋସିଆଲ୍ ଓ୍ବେବସାଇଟ୍ ଇନଷ୍ଟାଗ୍ରାମରେ ପୃଥ୍ବୀଙ୍କ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଥିଲେ। ପ୍ରାଚୀ ତାଙ୍କ ଫଟୋ ସହ ଜନ୍ମଦିନର ଶୁଭେଚ୍ଛା ଜଣାଇ ହାର୍ଟ ଇମୋଜୀ ବ୍ୟବହାର କରିଥିଲେ। ଏହି ପୋଷ୍ଟ ସେ ଇନଷ୍ଟାଗ୍ରାମ୍ ଷ୍ଟୋରି ଭାବେ ସେୟାର କରିଥିଲେ ଏବଂ ତାଙ୍କୁ ଟ୍ୟାଗ୍ ମଧ୍ୟ କରିଥିଲେ।


ଦୁହେଁ ସେମାନଙ୍କ ସମ୍ପର୍କ ବିଷୟରେ କେବେ ଖୁଲାସା କରିନାହାନ୍ତି କିନ୍ତୁ ପ୍ରାଚୀ ଅନେକ ଥର ପୃଥ୍ବୀ ଶଙ୍କ ଫଟୋରେ କମେଣ୍ଟ ଦେଇ ସାରିଛନ୍ତି ଏବଂ ପୃଥ୍ବୀ ମଧ୍ୟ ତାଙ୍କ କମେଣ୍ଟର ରିପ୍ଲାଇ ଦେଇ ସାରିଛନ୍ତି।

ପ୍ରାଚୀ ଜଣେ ଟିଭି ଅଭିନେତ୍ରୀ ଏବଂ ସେ କଲର୍ସ ଟିଭିର ଲୋକପ୍ରିୟ ଧାରାବାହିକ ଉଡ଼ାନ ସପନୋଁ କିରେ ନଜର ଆସି ସାରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ