ଖେଳ ଦେଶ ବିଦେଶ ରାଜ୍ୟ

ପୃଥ୍ବୀଙ୍କୁ ମିଳିଲା ପ୍ରୀତିଙ୍କ ବାର୍ତ୍ତା

ମୁମ୍ବାଇ: ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷ ଉଦ୍‌ଘାଟନୀ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସର ଯୁବ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ ଧମାକାଦାର ବ୍ୟାଟିଂ କରିଥିଲେ। ମାତ୍ର ୩୮ ବଲ୍‌ରୁ ୭୨ ରନ୍‌ର ପାଳି ଖେଳି ଦିଲ୍ଲୀର ସଫଳ ପଶ୍ଚାତଧାବନକୁ ଅତି ସହଜ କରିଦେଇଥିଲେ। ପୃଥ୍ବୀଙ୍କର ଏହି ବିଶ୍ବସ୍ତରୀୟ ପାଳି ପରେ ‌ପ୍ରେମିକା ତଥା ମଡେଲ ଓ ଅଭିନେତ୍ରୀ ପ୍ରୀତି ସିଂହ ତାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇବାକୁ ଭୁଲିନଥିଲେ। ପୃଥ୍ବୀଙ୍କୁ ଟ୍ୟାଗ୍ କରି ‘ସ’ ଜବରଦସ୍ତ ଆରମ୍ଭ କଲେ ବୋଲି ଲେଖିଥିଲେ ପ୍ରୀତି। ତା’ ସହ ଏକ ହୃଦୟ ଇମୋଜି ମଧ୍ୟ ରଖିଥିଲେ। କଲର୍ସ ଟିଭିର ଧାରାବାହିକ ‘ଉଡାନ’ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିବା ପ୍ରୀତି ଗତବର୍ଷ ପୃଥ୍ବୀଙ୍କୁ ତାଙ୍କ ଜନ୍ମଦିନରେ ପ୍ରେମଭରା ଶୁଭେଚ୍ଛା ବାର୍ତ୍ତା ପଠାଇବା ପରେ ଉଭୟଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିବାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଗତକିଛି ମାସ ମଧ୍ୟରେ ଉଭୟଙ୍କ ସଂପର୍କ ପୂରା ନିବିଡ଼ ହୋଇଯାଇଥିବା ଜଣାପଡ଼ିଛି। ୨୧ ବର୍ଷୀୟ ସ’ ଖରାପ ଫର୍ମ ପାଇଁ ଜାତୀୟ ଦଳରୁ ବାଦ୍ ପଡ଼ିଥିଲେ ମଧ୍ୟ ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରି ପୁଣି ଥରେ ଭାରତୀୟ ଦଳକୁ ଫେରିବାର ଦାବି ଉପସ୍ଥାପନା କରିଛନ୍ତି। ଏଥିଲାଗି ଆଇପିଏଲ୍‌କୁ ବାଟ କରିବା ଲକ୍ଷ୍ୟରେ ବି ସେ ରହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ