ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୂର୍ବ ୟୁକ୍ରେନ୍‌ରେ ପ୍ରଚଣ୍ଡ ଆକ୍ରମଣ, ସ୍କୁଲ୍‌ରେ ବୋମା ବର୍ଷା ବନ୍ଦ ପାଇଁ ଜାତିସଂଘର ଚେତାବନୀ

କିବ୍‌/ନ୍ୟୁୟର୍କ : ଆଉ ୧୦ ଦିନ ପରେ ୟୁକ୍ରେନ୍‌ ଯୁଦ୍ଧକୁ ୩ ମାସ ପୂରିଯିବ। ୟୁକ୍ରେନ୍‌ ଯୁଦ୍ଧକୁ ୧୧ ସପ୍ତାହ ଚାଲିଥିବା ବେଳେ ରୁଷ୍‌ ଏବେ ରଣନୀତି ବଦଳାଇ ପୂର୍ବ ୟୁକ୍ରେନକୁ ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ ଆକ୍ରମଣ ଜୋରଦାର କରିଛି। ପୂର୍ବ ୟୁକ୍ରେନର ବିଭିନ୍ନ ଗ୍ରାମଗୁଡ଼ିକୁ ରୁଷ୍‌ ବୋମାବର୍ଷା କରି ଛାରଖାର୍‌ କରିଦେଇଛି। ୟୁକ୍ରେନ୍‌ ସେନା ଶତାଧିକ ଗ୍ରାମରୁ ହଟିଯିବା ପାଇଁ ଏକପ୍ରକାର ବାଧ୍ୟ ହୋଇଥିବା ବେଳେ ଏସବୁ ଅଂଚଳରେ ରୁଷ୍‌ ତତ୍କାଳ ନିଜର ଅଧିକାରୀ ନିଯୁକ୍ତ କରି ଲୋକଙ୍କୁ ରୁଷ୍‌ ଶାସନ ପାଇଁ ସହଯୋଗ କରବାକୁ ଲୋକଙ୍କୁ କହୁଛି। ଡୋନବାସ ଅଞ୍ଚଳର ୨୦ରୁ ଅଧିକ ସହର ରୁଷ୍‌ର ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା କ୍ରେମ୍‌ଲିନ୍‌ ମୁଖପାତ୍ର ଦାବି କରିଥିବା ବେଳେ ୟୁକ୍ରେନ୍‌ ଏହାକୁ ଗ୍ରହଣ କରିନାହିଁ।

ଇତି ମଧ୍ୟରେ ଜାତିସଂଘ ରୁଷ୍‌ରେ ସ୍କୁଲ୍‌ଗୁଡ଼ିକ ଉପରେ ହେଉଥିବା ଆକ୍ରମଣ ଘଟଣା ପାଇଁ ରୁଷ୍‌କୁ କଡ଼ା ସମା‌ଲୋଚନା କରିଛି। ସୁରକ୍ଷା ପରିଷଦ ବୈଠକରେ ଏ ବାବଦରେ ଆଲୋଚନା ପରେ ଜାରି ବିବୃତିରେ କୁହାଯାଇଛି ଯେ ସାମରିକ ଟାର୍ଗେଟ୍‌ ହାସଲ ପାଇଁ ସ୍କୁଲ୍‌ଗୁଡ଼ିକ ଉପରେ ଆକ୍ରମଣ ନହେବା ଉଚିତ। ୟୁନିସେଫ୍‌ (ଜାତିସଂଘ ଅନ୍ତର୍ଜାତୀୟ ଶିଶୁ ଜରୁରୀ ପାଣ୍ଠି)ର ଉପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓମାର ଅବ୍‌ଦି କହିଛନ୍ତି, ୟୁକ୍ରେନ୍‌ରେ ସ୍କୁଲ୍‌ଗୁଡ଼ିକ ଉପରେ ଲଗାତାର ଆକ୍ରମଣ ହେଉଛି। ଦେଶବ୍ୟାପୀ ବିଭିନ୍ନ ସ୍କୁଲ୍‌ ଉପରେ ବୋମାମାଡ଼ ହେଉଛି। ଅନ୍ୟପକ୍ଷରେ ୟୁକ୍ରେନ୍‌ ସେନା ମଧ୍ୟ ସ୍କୁଲ୍‌ଗୁଡ଼ିକୁ ସାମରିକ ଲକ୍ଷ୍ୟ ହାସଲ ପାଇଁ ସୂଚନା, ଆଶ୍ରୟ ଏବଂ ଯୋଗାଣ କେନ୍ଦ୍ର ଭାବେ ବ୍ୟବହାର କରୁଥିବାରୁ ଏହାକୁ ନେଇ ୟୁନି‌ସେଫ୍‌ ଉଦ୍‌ବେଗ ପ୍ରକାଶ କରିଛି। ସ୍କୁଲଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଉଭୟ ପକ୍ଷ ସମ୍ବେଦନାର ସହ ପଦକ୍ଷେପ ନେବା ଆବଶ୍ୟକ ବୋଲି କୁହାଯାଇଛି। ୟୁକ୍ରେନ୍‌ ଯୁଦ୍ଧ ଶିଶୁ ଅଧିକାର କ୍ଷେତ୍ରରେ ବଡ଼ ସଙ୍କଟ ସୃଷ୍ଟି କରିଛି। ଗତ ମାସରେ ପ୍ରାୟ ୧୦୦ ଶିଶୁ ପ୍ରାଣ ହରାଇଛନ୍ତି। ଫେବ୍ରୁଆରି ୨୪ରେ ଯୁଦ୍ଧ ଆରମ୍ଭ ହେବାଠାରୁ ଏଯାବତ ମୋଟ୍‌ ୨୩୯ ଶିଶୁଙ୍କ ମୃତ୍ୟୁ ହୋଇଛି ଏବଂ ୩୫୫ ଜଣ ଆହତ ହୋଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ