ଦେଶ ବିଦେଶ ମନୋରଞ୍ଜନ

ପୂର୍ବ ସ୍ବାମୀଙ୍କୁ ନେଇ ଖୁଲାସା କଲେ କନିକା କପୁର, କହିଲେ-ଆମେ ଏବେ ବି…

ମୁମ୍ବାଇ ୦୧।୦୬: ଏମିତି ଅନେକ ସମ୍ପର୍କ ଅଛି, ଯାହା ସମୟ ଅନୁସାରେ ଭାଙ୍ଗିଯାଏ। କାହିଁକି ନା ସମ୍ପର୍କରେ ତିକ୍ତତା ଓ ଘୃଣା ଏତେ ବଢିଯାଏ ଯେ ପରସ୍ପର ଚେହେରା ଦେଖିବାକୁ ପସନ୍ଦ କରନ୍ତି ନାହିଁ । ଏଭଳି ପରିସ୍ଥିତିରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ଯେତେ ଚେଷ୍ଟା କଲେ ବି ସେଥିରେ ସୁଧାର ଆସେ ନାହିଁ । କିନ୍ତୁ ବଲିଉଡ୍‌ର ଗାୟିକା କନିକା କପୁର ସେମିତି ନୁହନ୍ତି। ନିକଟରେ ବେବିଡଲ୍‌ ତଥା କନିକା ଦ୍ବିତୀୟ ବିବାହ କରିଛନ୍ତି। ବିବାହ ପରେ ସେ ତାଙ୍କ ପୂର୍ବ ସ୍ୱାମୀ ରାଜ ଚାନ୍ଦୋକଙ୍କ ବିଷୟରେ କହିଥିଲେ।

କନିକା କପୁର ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ୧୮ବର୍ଷ ବୟସରେ ବିବାହ କରିଥିଲେ। କିନ୍ତୁ ୧୫ ବର୍ଷ ପରେ ସେମାନଙ୍କ ବିବାହ ଭାଙ୍ଗି ଯାଇଥିଲା। ଅଧିକ ଦିନ ତିଷ୍ଠି ପାରି ନଥିଲା । ହେଲେ ଏହି ସବୁ ପରେ ମଧ୍ୟ ବିବାହ ପ୍ରତି ତାଙ୍କର ବିଶ୍ୱାସ କମି ନାହିଁ କିମ୍ବା ରାଜଙ୍କ ପାଇଁ କୌଣସି କୌଣସି ପ୍ରକାରର ରାଗ କିମ୍ବା ଘୃଣା ମନରେ ନାହିଁ। ଏନେଇ ସେ କହିଛନ୍ତି, ମୁଁ ବିବାହ ଉପରେ ସବୁବେଳେ ବିଶ୍ୱାସ ରଖେ। ମୁଁ ବୁଝିପାରୁଛି ଯଦି ଗୋଟିଏ ବିବାହରେ ଆପଣଙ୍କର ପାର୍ଟନର ଆପଣଙ୍କୁ ବୁଝି ପାରିନାହିଁ, ତେବେ ଏଥିରେ କାହାର ବି ଦୋଷ ନାହିଁ । ମୁଁ ଭାବେ କି ଆମେ ଏହାକୁ ନେଇ ଖୁସି ସହିତ ଆଗକୁ ବଢିବା ଉଚିତ୍ ।

ଏହା ବ୍ୟତୀତ ଆହୁରି ମଧ୍ୟ କହିଛନ୍ତି କି, ସେ ରାଜ ଚାନ୍ଦୋକଙ୍କ ସହ ଯୋଗାଯୋଗରେ ଅଛନ୍ତି। ଆମ ଦୁହିଁଙ୍କ ମଧ୍ୟ ଏକ ଭଲ ସମ୍ପର୍କ ଅଛି । ସେ ମୋତେ ବିବାହ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଆମେ ସବୁବେଳେ ପରସ୍ପର ପାଇଁ ରହିବୁ। ଏଭଳି ଭାବରେ କାହା ଉପରେ ଘୃଣା ଏବଂ ନକାରାତ୍ମକତା ଚିନ୍ତା କରିବା ଠିକ୍‌ ନୁହେଁ । ଖୁସି ସହିତ ସେମାନଙ୍କୁ ମଧ୍ୟ ଜୀବନ ବଞ୍ଚିବାକୁ ଦିଅନ୍ତୁ। କହିବାକୁ ଗଲେ କନିକା ଏବଂ ରାଜଙ୍କର ୨୦୧୨ରେ ଛାଡପତ୍ର ହୋଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ