ଅପରାଧ ରାଜ୍ୟ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବାଇକ୍ ପୋଡି, ଦୋକାନ ବାହାରେ ରଖିଥିବା ଗାଡି ଜାଳିଦେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଝି ୨।୭: କଣ୍ଟାବାଞ୍ଝି ସହର ବେହେରା ପଡାର ଏକ ଦୋକାନ ବାହାରେ ଥିବା ବାଇକକୁ ଜାଳିଦେଲେ ଦୁର୍ବୃତ୍ତ । ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଅଭାବୀନୟ ଘଟଣା ଘଟିଥିବା ବେଳେ ବାଇକ୍ ଜାଳୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବାଇକ୍ ମାଲିକ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିବା ବେଳେ ଘଟଣାସ୍ଥଳକୁ ପୋଲିସ ଏଯାଏଁ ପହଞ୍ଚି ନାହିଁ । ପୂର୍ବ ଶତ୍ରୁତା ଯୋଗୁଁ ଏଭଳି ଘଟଣା ଘଟିଥିବା ବୋଲି ସନ୍ଦେହ କରାଯାଉଛି ।

ବାଇକ୍ ମାଲିକଙ୍କ କହିବା ଅନୁସାରେ, ତାଙ୍କ ଡିଜେ ସାଉଣ୍ଡ ଦୋକାନରେ ବାଇକ୍ ରଖି ସେ ଏକ ବିବାହ ଉତ୍ସବ କାମ କରୁଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ସେହି ପଡାର ଜଣେ ଯୁବକ ତାଙ୍କ ବାଇକ୍ ଜାଳି ଦେଇଥିବା ଦେଇଥିବା ଅଭିଯୋଗ କରିଛନ୍ତି । ପରେ ବାଇକ୍ ମାଲିକ ଘରକୁ ଆସି ଦେଖିବା ବେଳେ ଗାଡି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।