ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୂର୍ବାଞ୍ଚଳ ପରିଷଦ‌ ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତ୍ତି: ଓଡ଼ିଶାରେ ଲାଗୁହେବ ବିହାର ସ୍ମାର୍ଟ ପ୍ରିପେଡ୍‌

ନୂଆଦିଲ୍ଲୀ : ବିହାରର ସ୍ମାର୍ଟ ପ୍ରିପେଡ୍‌ ମିଟର ଯୋଜନାକୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ରାଜ୍ୟ ଲାଗୁ କରିବେ। ପୂର୍ବାଞ୍ଚଳ ପରିଷଦ ଷ୍ଟାଣ୍ଡିଂ କମିଟିର ୧୩ତମ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ବୈଠକ ବିହାର ରାଜଧାନୀ ପାଟନାରେ ଶନିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ବିହାର ମୁଖ୍ୟ ଶାସନ ସଚିବ ଅମୀର ସୁବାହାନୀ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବୈଠକରେ ଯୋଗ ଦେଇଥିଲେ।

ବୈଠକରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାରଙ୍କ ୭୦ ବରିଷ୍ଠ ଅଧିକାରୀ ‌ଯୋଗଦେଇଥିଲେ। ସୂଚନା ଅନୁସାରେ ବୈଠକରେ ୪ଟି ରାଜ୍ୟର ଏକାଧିକ ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା। ବୈଠକରେ ଓଡ଼ିଶା ପକ୍ଷରୁ ପଞ୍ଚାୟତମାନଙ୍କରେ ବ୍ୟାଙ୍କିଂ ନେଟୱାର୍କ, ମାଓପ୍ରବଣ ଅଞ୍ଚଳ ପାଇଁ ସୁରକ୍ଷା ବାହିନୀ, ପୋଲିସ ଆଧୁନିକୀକରଣ, କୋଇଲା ରୟାଲ୍‌ଟି ବୃଦ୍ଧି ଭଳି ୭ଟି ପ୍ରସଙ୍ଗ ଉପସ୍ଥାପନ କରାଯାଇଥିଲା। ଓଡ଼ିଶା ପକ୍ଷରୁ ରାଜ୍ୟର ସଫଳ ଯୋଜନା (ଗୁଡ୍‌ ପ୍ରାକ୍‌ଟିସେସ୍‌) ସମ୍ବନ୍ଧରେ ମଧ୍ୟ ସ୍ବତନ୍ତ୍ର ଉପସ୍ଥାପନ କରାଯାଇଥିଲା। ବୈଠକରେ ରାଜ୍ୟମାନଙ୍କ ଯେଉଁସବୁ ପ୍ରସଙ୍ଗ ସମାଧାନ ହୋଇପାରି ନାହିଁ ତାକୁ ନିକଟ ଭବିଷ୍ୟତରେ ହେବାକୁ ଥିବା ପୂର୍ବାଞ୍ଚଳ ପରିଷଦ ଜୋନାଲ୍‌ ବୈଠକରେ ପୁଣିଥରେ ଚର୍ଚ୍ଚା କରାଯିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ