ଅପରାଧ ଦେଶ ବିଦେଶ

ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ୱେ’ରେ ଭୟଙ୍କର ଦୁର୍ଘଟଣା, ୮ ମୃତ

ନୂଆଦିଲ୍ଲୀ ୨୫/୦୭: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାର ଶିକାର ହେଲା ଡବଲ ଡେକର୍ ବସ୍ । ୮ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର କଟରା ଥାନା ନିକଟବର୍ତ୍ତୀ ନାରାୟଣପୁର ଗ୍ରାମରେ ।

ସୂଚନାନୁସାରେ, ନାରାୟଣପୁର ଗ୍ରାମ ଦେଇ ଯାଇଥିବା ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ୱେରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଜଣ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ମୃତାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।

କୁହାଯାଉଛି ଯେ, ଡବଲ ଡେକର ବସଟି ଶୁକ୍ରବାର ବିହାରରୁ ଦିଲ୍ଲୀ ବାହାରିଥିଲା । ଏହି ସମୟରେ ଆଉ ଏକ ଡବଲ ଡେକର ବସ ଏହାକୁ ଧକ୍କା ଦେଇଥିଲା । ଫଳରେ ଏତେବଡ ଦୁର୍ଘଟଣା ହୋଇଥିଲା । ତେବେ ଗୁରୁତର ହୋଇଥିବା ଯାତ୍ରୀଙ୍କୁ ଲକ୍ଷ୍ନୌ ଟ୍ରାମା ସେଣ୍ଟରରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଅଧିକାଂଶ ଡବଲ ଡେକର ବସ୍ ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ୱେ ଦେଇ ଯାତାୟତ କରିଥାଏ । ଶୁକ୍ରବାର ମଧ୍ୟ ଅନେକ ବସ ଏଠାରେ ଚଳପ୍ରଚଳ କରୁଥିଲା । ତେବେ ଏଧିକାଂଶ ଦୁର୍ଘଟଣା ଦ୍ରୁତ ଗତି ଯୋଗୁଁ ହେଉଥିବା ଦେଖିବାକୁ ମିଳୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ