ଖେଳ ଦେଶ ବିଦେଶ

ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ କ୍ରିକେଟ୍‌: କିଟ୍‌ର ହ୍ୟାଟ୍ରିକ୍‌ ବିଜୟ

ଭୁବନେଶ୍ବର: କଟକ ଓ ଭୁବନେଶ୍ବରରେ ମିଳିତ ଭାବେ ଚାଲିଥିବା‌ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ କ୍ରିକେଟ୍‌ (ପୁରୁଷ) ପ୍ରତିଯୋଗିତାରେ କିଟ୍‌ ବିଶ୍ବବିଦ୍ୟାଳୟ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ମଙ୍ଗଳବାର କିଟ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏହି ଦଳ ଅୱଧେଶ ପ୍ରତାପ ବିଶ୍ବବିଦ୍ୟାଳୟ (ରେୱା)କୁ ୩ ରନ୍‌ରେ ପରାସ୍ତ କରି କମାଗତ ତୃତୀୟ ବିଜୟ ହାସଲ କରିଥିଲା। କିଟ୍‌ ୨୫ ଓଭରରେ ୧୫୫/୭ କରିବା ପ‌ର ରେୱା ପାଳିକୁ ୨୪.୫ ଓଭରରେ ୧୫୨ ରନ୍‌ରେ ସଫା କରିଦେଇଥିଲା। ଏହି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ଉତ୍ତର ପ୍ରଦେଶର ବୀର ବାହାଦୁର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ୧୧୫ ରନ୍‌ରେ ପଣ୍ଡିତ ରବିଶଙ୍କର ଶୁକ୍ଳା ବିଶ୍ବବିଦ୍ୟାଳୟ (ରାୟପୁର)କୁ ପରାସ୍ତ କରିଥିଲା। କଟକର ରେଭେନ୍ସା ଗ୍ରାଉଣ୍ଡରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ବର୍ଦ୍ଧମାନ ବିଶ୍ବବିଦ୍ୟାଳୟ ୩୩ ରନ୍‌ରେ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ଏବଂ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ (ବାରଣାସୀ) ୩୦ ରନ୍‌ରେ ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠ (ବାରଣାସୀ)କୁ ପରାସ୍ତ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ