ଅପରାଧ ରାଜ୍ୟ

ପୂର୍ବଶତ୍ରୁତାରୁ ହତ୍ୟା, କଟୁରୀ ହାଣି ମାରିଦେଲା ଅଭିଯୁକ୍ତ

ରାଉରକେଲା ୨୯।୦୮ : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ମୃତକ ହେଲେ ମଙ୍ଗଳ ମୁଣ୍ଡା । ସୁନ୍ଦରଗଡ଼ କ.ବଲାଙ୍ଗ ଥାନା ଖଡିଆବାହାଲ ଗାଁରେ ଘଟିଛି ଏହି ଅଘଟଣ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ମଙ୍ଗଳ ମୁଣ୍ଡା ଘରେ ଶୋଇଥିଲେ । ଏହି ସମୟରେ ସେହି ଗାଁର ଗାମୁଗା ମୁଣ୍ଡା ଆସି ମଙ୍ଗଳ ମୁଣ୍ଡା ସାଙ୍ଗରେ କୌଣସି କଥାକୁ ନେଇ ପାଟିତୁଣ୍ଡ କରିଥିଲେ । ପରେ ଉତ୍‌କ୍ଷିପ୍ତ ହୋଇ ଗାମୁଗା ଏକ କଟୁରୀରେ ମଙ୍ଗଳ ମୁଣ୍ଡାର ମୁଣ୍ଡକୁ ବାରମ୍ବାର ହାଣିଥିଲା । ଯାହାଫଳରେ ସେଠାରେ ପଡିଯାଇଥିଲେ ମଙ୍ଗଳ । ସ୍ଥାନୀୟଲୋକେ ମଙ୍ଗଳକୁ ମେଡିକାଲ ନେବା ବାଟର, ତାଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଗାମୁଗାକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।