ଦେଶ ବିଦେଶ ଧର୍ମ ରାଜନୀତି

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ବଦଳାଇଲେ ତୀରଥ ସିଂହ ରାୱତ: କୁମ୍ଭ ପାଇଁ ହରିଦ୍ୱାରରେ ହେବ ଭବ୍ୟ ଆୟୋଜନ, ରହିବନି ପ୍ରତିବନ୍ଧକ

ହରିଦ୍ୱାର ୧୫/୦୩ : ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ କୁମ୍ଭମେଳାକୁ ନେଇ ନିଜ ନିଷ୍ପତ୍ତି ଶୁଣାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତଙ୍କ ସବୁ ନିଷ୍ପତ୍ତିକୁ ବଦଳାଇ କୁମ୍ଭମେଳାକୁ ପୂର୍ଣ୍ଣ ସ୍ୱରୂପ ଓ ଦିବ୍ୟ ଓ ଭବ୍ୟ ଆୟୋଜନ କରିବାକୁ କହିଛନ୍ତି। ସେ କହିଛନ୍ତି ଯେ ଶ୍ରଦ୍ଧାଳୁ ବିନ ରୋକ-ଟୋକରେ କୁମ୍ଭମେଳାକୁ ଆସିପାରିବେ ଓ ପବିତ୍ର ଗଙ୍ଗାରେ ସ୍ନାନ କରିପାରିବେ।

ରବିବାର ଦିନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ହରିଦ୍ୱାର ଗସ୍ତ କରିଥିଲେ। ସେଠାରେ ସେ ହରିହର ଆଶ୍ରମରେ ଲୋକସଭା ଅଧ୍ୟକ୍ଷ ଓମ ବିଡଳାଙ୍କୁ ସାକ୍ଷାତ କରିଥିଲେ। ନିରଞ୍ଜନି ଆଖଡ଼ା ଯାଇ ଆଖଡ଼ା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରି ମହାରାଜ ସମେତ ଅନେକ ସାଧୁ-ସନ୍ଥଙ୍କ ଆଶୀର୍ବାଦ ନେଇଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ କହିଥିଲେ ହରିଦ୍ଵାର ମହାକୁମ୍ଭ ଦିବ୍ୟ ଓ ଭବ୍ୟ ହେବ। ଶ୍ରଦ୍ଧାଳୁ ବିନ କିଛି ପ୍ରତିବନ୍ଧକରେ କୁମ୍ଭମେଳାକୁ ଆସନ୍ତୁ ଓ ସ୍ନାନ କରନ୍ତୁ। ସେ କହିଛନ୍ତି ଶାସନ-ପ୍ରଶାସନ ତରଫରୁ କୌଣସି ପ୍ରତିବନ୍ଧକ ନାହିଁ। ସରକାରଙ୍କ ଦ୍ୱାରା ଜାରି କରୋନା ଗାଇଡଲାଇନ ମଧ୍ୟ ପାଳନ କରାଯିବ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଏହି ଆଶ୍ୱାସନା ପରେ ସାଧୁ-ସନ୍ଥ ମଧ୍ୟ ଉତ୍ସାହିତ ଅଛନ୍ତି। କୁମ୍ଭମେଳା ପାଇଁ ଦିଆଯାଇଥିବା ଖୋଲା ଅନୁମତି ପାଇଁ ସାଧୁ-ସନ୍ଥ ତାଙ୍କୁ ଧନ୍ୟବାଦ ଜଣାଇବା ସହ ଖୁବ ପ୍ରଶଂସା କରିଛନ୍ତି। ଆଖଡ଼ା ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ଗିରି ମହାରାଜ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କୁମ୍ଭମେଳାରେ ଲାଗୁ ହୋଇଥିବ ସମସ୍ତ ପ୍ରତିବନ୍ଧକ ହଟାଇ ଦେଇଛନ୍ତି। ମେଳାରେ ଏବେ ଟେଣ୍ଟ ଲାଗିବ, ଶୌଚାଳୟ ହେବ, ମହାମଣ୍ଡଳେଶ୍ୱର ନଗର ବସିବ, ସବୁ ଆଖଡ଼ାକୁ ସୁବିଧା ମିଳିବ ଓ ୨୦୧୦ କୁମ୍ଭ ଠାରୁ ମଧ୍ୟ ଆହୁରି ଭଲ ବ୍ୟବସ୍ଥା କରାଯିବ।

ନରେନ୍ଦ୍ର ଗିରି ମହାରାଜ ମୁଖ୍ୟମନ୍ତ୍ରୀ ତୀରଥ ସିଂହଙ୍କୁ ଆଶୀର୍ବାଦ ଦେଇ କହିଛନ୍ତି ସେ ଓ ତାଙ୍କ ପରିବାର ସର୍ବଦା ଖୁସିରେ ରୁହନ୍ତୁ। ନିରଞ୍ଜନି ଆଖଡ଼ାର ସଚିବ ରବୀନ୍ଦ୍ର ପୁରୀ ମହାରାଜ କହିଛନ୍ତି ତୀରଥ ସିଂହଙ୍କ ନାମ ଯେମିତି ଗୁଣ ବି ସେମିତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନାଁ ତୀରଥ ଓ ଉତ୍ତରାଖଣ୍ଡରେ ଅନେକ ତୀର୍ଥସ୍ଥଳୀ ଅଛି। ସେଥିପାଇଁ ଭଗବାନ ତାଙ୍କୁ ମୁଖ୍ୟମନ୍ତ୍ରୀ କରି ପଠାଇଛନ୍ତି। ତାଙ୍କ ନେତୃତ୍ତ୍ୱରେ ହରିଦ୍ୱାରରେ ମହାକୁମ୍ଭ ମେଳାର ଭବ୍ୟ ଓ ଦିବ୍ୟ ଆୟୋଜନ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ