ଅପରାଧ ରାଜ୍ୟ

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କୁ ନୃଶଂସ ହତ୍ୟା

ନାଲ୍‌କୋନଗର : ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶିବରାମ ସାହୁଙ୍କୁ ଫାର୍ଶାରେ ହାଣି ବୀଭତ୍ସ ହତ୍ୟା କରାଯାଇଛି। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମପ୍ରସାଦ ଗାଁରେ ମଙ୍ଗଳବାର ସକାଳେ ତାଙ୍କୁ ବାସଭବନ ସମ୍ମୁଖରେ ଅତି ନୃଂଶସଭାବେ ଜଣେ ଯୁବକ ହତ୍ୟା କରିଛନ୍ତି। ଅଭିଯୁକ୍ତ ଯୁବକ ଜଣେ ପରାଜିତ ସମିତି ସଭ୍ୟା ପ୍ରାର୍ଥିନୀଙ୍କ ସ୍ବାମୀ ଦୀପକ ବେହେରା(୩୦) ବୋଲି ଜଣାପଡ଼ିଛି। ରାଜନୈତିକ ଆକ୍ରୋଶରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଏହାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।

ଦୀପକଙ୍କ ପତ୍ନୀ ସଙ୍ଗୀତ ବେହେରା ଗତ ପଞ୍ଚାୟତ ନିର୍ବାଚନରେ ବଳରାମପ୍ରସାଦ ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥୀ ଭାବେ ଲଢି ପରାସ୍ତ ହୋଇଥିଲେ। ନିଜେ ଶିବରାମ ମଧ୍ୟ ସରପଞ୍ଚ ଭାବେ ଲଢି ହାରି ଯାଇଥିଲେ। ଦୁହେଁ ସାଥୀ ହୋଇ ପ୍ରଚାର କରିଥିଲାବେଳେ ହାରିବା ପରେ ସେମାନଙ୍କ ଭିତରେ ସଂପର୍କ ଖରାପ ହୋଇଥିଲା। ଶିବରାମଙ୍କ ପାଇଁ ତାଙ୍କ ପତ୍ନୀ ରାଜନୀତିକୁ ଆସି ହାରିଥିବାସେ ଭାବି ନେଇଥିଲେ। ଯେଉଁଥିପାଇଁ ତାଙ୍କୁ ସେ ହତ୍ୟା କରିଥିବା ସନ୍ଦେହ କରାଯାଉଥିବାବେଳେ ଅଭିଯୁକ୍ତ ଦୀପକ ଏବେ ପୁଲିସ କବ୍‌ଜାରେ ରହିଛନ୍ତି।

ସୂଚନା ଅନୁସାରେ, ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟରେ ଶିବରାମ ଘର ସାମ୍ନାରେ ଥିବା ତୁଳସୀ ବଣରୁ ତୁଳସୀପତ୍ର ସଂଗ୍ରହ କରୁଥିବା ବେଳେ ବଳରାମପ୍ରସାଦ ଗାଁ କଇଁଫୁଲିଆ ସାହିର ବାନାମ୍ବର ବେହେରାଙ୍କ ବଡ଼ ପୁଅ ଦୀପକ ବେହେରା(୩୦) ତାଙ୍କୁ ଆକ୍ରମଣ କରିଥିଲେ। ବିଚିତ୍ର ବେଶଭୂଷା ହୋଇ ଏକ ବାଇକ୍‌(ଓଆର-୧୯-ଏଲ-୦୨୭୨)ରେ ଆସି ସେ ଫାର୍ଶାରେ ଶିବରାମଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଫାର୍ଶାରେ ବେକକୁ ୩ ଚୋଟ ପକାଇବା ପରେ ଶିବରାମ ସେଠାରେ ଟଳି ପଡ଼ିଥିଲେ। ମୃତ ଶିବରାମ ସାହୁଙ୍କ ସ୍ତ୍ରୀ ଗୌରୀ ସାହୁଙ୍କ ଅଭିଯୋଗ କ୍ରମେ ନାଲକୋନଗର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବାବେଳେ ଅଭିଯୁକ୍ତ ଦୀପକଙ୍କୁ ଧରିବାରେ ସକ୍ଷମ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।