ଖେଳ ଦେଶ ବିଦେଶ

ପୂର୍ବତନ କ୍ରିକେଟର୍‌ ସିକେ ଭାସ୍କରଙ୍କ ଦେହାନ୍ତ

କୋଚି: ପୂର୍ବତନ କ୍ରିକେଟର୍‌ ସିକେ ଭାସ୍କରଙ୍କ ସୋମବାର ୭୯ ବର୍ଷ ବୟସରେ ଆମେରିକାର ହଷ୍ଟନ ସହରେ ‌ଦେହାନ୍ତ ହୋଇଛି। ୧୯୬୦ ଦଶକରେ ଭାସ୍କର ଘରୋଇ କ୍ରିକେଟ୍‌ର ଜଣେ ଦ୍ରୁ୍ତତମ ବୋଲର ଭାବେ ଜଣଶୁଣା ଥି‌ଲେ। ସେ ରଣଜୀ ଟ୍ରଫିରେ କେରଳ ଓ ତାମିଲନାଡୁ ପକ୍ଷରୁ ଖେଳିଥିଲେ। ୪୨ ‌ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳି ୫ ଥର ୫ ୱିକେଟ୍‌ ସଫଳତା ସହ ୨୯ ହାରାହାରିରେ ୧୦୬ ୱିକେଟ୍‌ ହାସଲ କରିଥିଲେ। ୧୯୬୪ରେ ଟାଇଗର ପ‌ଟୌଦିଙ୍କ ନେତୃତ୍ବ‌ାଧୀନ ଭାରତୀୟ ଦଳ ପକ୍ଷରୁ ସେଲନ୍‌ ବିପକ୍ଷରେ ସେ ଏକ ଅନ୍‌ଅଫିସିଆଲ୍‌ ଟେ‌ଷ୍ଟ୍‌ ଖେଳିଥିଲେ।

ନିଜ ଖେଳ ଜୀବନ ସମୟରେ ସେ ଜଣେ ଚର୍ମରୋଗ ବିଶେଷଜ୍ଞ ଭାବେ ଲଣ୍ଡନ ଚାଲି ଯାଇଥିଲେ। ଏହାପରେ ସେ ଆମେରିକାରେ ଅବସ୍ଥାପିତ ହୋଇ ଅଥ୍‌ଲେଟ୍‌ମାନଙ୍କ ସହ ଭଲ ସମ୍ପର୍କ ସ୍ଥାପନ କରିଥିଲେ। ‌ଏଥିରେ କିଂବଦନ୍ତି କାର୍ଲ ଲୁଇସ ରହିଥିଲେ। ଭାସ୍କର ‘ମିସନ ଗୋଲ୍‌ଡ ଫର୍‌ ଇଣ୍ଡିଆ’ ନାମକ ଏକ ଯୋଜନା କରିଥିଲେ। ଏହାର ଏକ କାର୍ଯ୍ୟକ୍ରମରେ ଲୁଇସ୍‌ଙ୍କୁ ଭାରତ ଅଣିବାକୁ ଇଚ୍ଛା କରିଥିଲେ। ହେ‌ଲେ ଏହା ହୋଇପାରିନଥିଲା। ଭାସ୍କର ଅଲିମ୍ପିକ୍ସର ବଡ଼ ପ୍ରଶଂସକ ଥିଲେ। ୧୯୭୨ ମୁନିକ ସଂସ୍କରଣଠୁ ସବୁ ଅଲିମ୍ପିକ୍ସରେ ଉପସ୍ଥିତ ରହୁଥିଲେ। ମୃତ୍ୟୁ ବେଳେ ଭାସ୍କରଙ୍କ ନିକଟରେ ତାଙ୍କ ପତ୍ନୀ ଚାନ୍ଦିନୀ ଏବଂ ୩ ଝିଅ ରୀତା, ସାନିଆ ଓ ସୋନିଆ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ