ଦେଶ ବିଦେଶ ସ୍ୱାସ୍ଥ୍ୟ

ପୂର୍ବତଟ ରେଳପଥ ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ବରସ୍ଥିତ ରେଳବାଇ ଷ୍ଟାଡିୟମଠାରେ ୭୨ତମ ଗଣତନ୍ତ୍ର ଦିବସ ମହାସମାରୋହ ପାଳିତ ହୋଇଯାଇଅଛି। ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଏହି ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରେଳବାଇ ସୁରକ୍ଷା ବଳ ପକ୍ଷରୁ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ରେଳବାଇ କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କ ସହିତ ରେଳଯାତ୍ରୀମାନଙ୍କୁ ଉଦବୋଧନ ଦେଇ ମହାପ୍ରବନ୍ଧକ ବିଦ୍ୟାଭୂଷଣ ରେଳପଥର କାର୍ଯ୍ୟ ଦକ୍ଷତା ସମ୍ବନ୍ଧରେ ଆଲୋକପାତ କରିବା ସହିତ ରେଳବାଇ କର୍ମଚାରୀ ମାନଙ୍କର ନିଷ୍ଠାପର ସେବାକୁ ଭୁୟସୀ ପ୍ରଶଂସା କରିଥିଲେ। ଯାତ୍ରୀ ସୁବିଧା, ସଂରକ୍ଷା ଓ ନିରାପତ୍ତା, ରେଳମାର୍ଗର ଭିତ୍ତିଭୂମିର ବିକାଶ, ଡିଜିଟାଲ ସେବା ଓ ମାନବ ସମ୍ବଳ ସମ୍ପର୍କରେ ମହାପ୍ରବନ୍ଧକ ଆଲୋକପାତ କରିଥିଲେ। ଭାରତର ବିକାଶ ପାଇଁ କର୍ମଚାରୀମାନଙ୍କର ନିଷ୍ଠାପର ସେବା ମନବୃତିକୁ ମହାପ୍ରବନ୍ଧକ ପ୍ରଶଂସା କରିଥିଲେ।

ଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ସୁଧୀର କୁମାରଙ୍କ ସହିତ ବିଭାଗୀୟ ପ୍ରମୁଖ ଅଧିକାରୀ, ଅନ୍ୟାନ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଗଣତନ୍ତ୍ର ଦିବସ ପାଳନ ଅବସରରେ ଉପସ୍ଥିତ ଥିଲେ। ରେଳପଥର ଉପ ମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ