ରାଜ୍ୟ ସ୍ପେଶାଲ ରିପୋର୍ଟ

ପୂର୍ତ୍ତ-ବିଦ୍ୟୁତ ବିଭାଗ ସମନ୍ବୟ ଅଭାବ: ଖୋଳିଦେଲେ ନରେନ୍ଦ୍ରକୋଣ ରାସ୍ତା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ: ପୁରୀ ଜିଲ୍ଲାରେ ପୂର୍ତ୍ତ ବିଭାଗ ଓ ବିଦ୍ୟୁତ୍‌ ବିଭାଗ ଭିତରେ ସମନ୍ବୟର ଘୋର ଅଭାବ ଦେଖିବାକୁ ମିଳିଛି। ପୁରୀ ପୌରାଞ୍ଚଳରେ ପୂର୍ତ୍ତ ବିଭାଗ ପକ୍ଷରୁ ନୂଆ କରି ତିଆରି ହୋଇଥିବା ରାସ୍ତା ସବୁ ଓପିଟିସିଏଲ୍‌ ଖୋଳିବାରେ ଲାଗିଛି। ଯଦ୍ବାରା ସରକାରୀ ଅର୍ଥର ଅପବ୍ୟୟ ବଢ଼ିବାରେ ଲାଗିଛି। ପୁରୀ ପୌରାଞ୍ଚଳର ରେଡ୍‌କ୍ରସ୍‌ ରାସ୍ତା ତିଆରି ହେବାର କିଛିଦିନ ଯାଇଛି କି ନାହିଁ, ଏହାକୁ ଓପିଟିସିଏଲ୍‌ ଖୋଳିଦେଲା। ୩ ମାସ ପରେ ବି ଏହି ରାସ୍ତା ମରାମତି ହୋଇପାରିନି। ଏଭଳି ସ୍ଥିତିରେ ରଥଯାତ୍ରା ବେଳେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ନରେନ୍ଦ୍ର କୋଣ ରାସ୍ତାକୁ ଓପିଟିସିଏଲ୍‌ ପକ୍ଷରୁ ଖୋଳି ଦିଆଯାଇଛି। ଫଳରେ ଲୋକେ ଯାତାୟାତରେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ରଥଯାତ୍ରା ସମୟରେ ଖର୍ଚ୍ଚ ହୋଇଥିଲା ୨ କୋଟି
ପୂର୍ବରୁ ଖୋଳାଯାଇଥିଲା ରେଡ୍‌କ୍ରସ୍‌ ରାସ୍ତା

ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୨୨ଲକ୍ଷ ଟଙ୍କା ବ୍ୟୟରେ ପୁରୀ ରେଡ୍‌କ୍ରସ ରୋଡ୍‌ରେ ପେଭର୍‌ ବ୍ଲକ୍‌ ପକାଯିବା ସହ ରାସ୍ତା କାମ କରାଯାଇଥିଲା। ଏହି କାମର ୧୫ ଦିନ ଭିତରେ ଭୂତଳ ବିଦ୍ୟୁତ୍‌ ତାର ବିଛାଇବା ପାଇଁ ନୂଆ କରି ତିଆରି ହୋଇଥିବା ଏହି ରାସ୍ତାକୁ ଖୋଳି ଦିଆଗଲା। ସେପଟେ ଗତ ରଥଯାତ୍ରା କିଛିଦିନ ପୂର୍ବରୁ ଚନ୍ଦନଯାତ୍ରାରେ ଚନ୍ଦନଚକଡ଼ାକୁ ଠାକୁର ଯିବା ପାଇଁ ତରବରିଆ ଭାବେ ନରେନ୍ଦ୍ର ପୁଷ୍କରିଣୀ ସଲଗ୍ନ ସମସ୍ତ ରାସ୍ତାକୁ ପୂର୍ତ୍ତ ବିଭାଗ ପକ୍ଷରୁ ନୂଆ କରି ତିଆରି କରାଯାଇଥିଲା। ସମସ୍ତ ରାସ୍ତାରେ ପେଭର୍‌ ବ୍ଲକ୍‌ ବିଛାଯାଇଥିଲା। ଏ ବାବଦକୁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ବେଳେ ରଥଯାତ୍ରାକୁ ୮ ମାସ ଯାଇଛି କି ନାହିଁ, ପୁଣି ଏହି ରାସ୍ତାକୁ ଖୋଳି ଦିଆଯାଇଛି। ଓପିଟିସିଏଲ୍‌ ଭୂତଳ ତାର ବିଛାଇବା ପାଇଁ ନରେନ୍ଦ୍ର ପୁଷ୍କରିଣୀ ପ୍ରାଚୀର କଡ଼କୁ ବଡ଼ ବଡ଼ ଗାତ ସବୁ ଖୋଳି ଦେଇଛି। ଏବେ ବି ଖନନ କାର୍ଯ୍ୟ ଜାରି ରହିଛି। ଆଗକୁ ଲୋକନାଥ ରୋଡ୍‌, ମୋଚିସାହି ରୋଡ୍‌ ଆଦି ଖୋଳିବାକୁ ଯୋଜନା କରାଯାଇଛି। ଏହି ରାସ୍ତା ବି ପୂର୍ତ୍ତ ବିଭାଗ ପକ୍ଷରୁ ନିକଟରେ ନୂଆ କରି ତିଆରି କରାଯାଇଛି।

ଅଞ୍ଚଳବାସୀଙ୍କ କହିବା ମୁତାବକ, ଯଦି ପୂର୍ତ୍ତ ବିଭାଗ ଓ ଓପିଟିସିଏଲ୍‌ ସମନ୍ବୟ ଭିତ୍ତିରେ କାମ କରନ୍ତେ, ଏଭଳି ସମସ୍ୟା ଉପୁଜୁନଥାନ୍ତା। କିନ୍ତୁ ସେଭଳି କିଛି କରାଯାଉନି। ଯେଉଁଥିପାଇଁ କେବଳ ଲୋକେ ଯା’ଆସରେ ଦୁର୍ଦ୍ଦଶା ଭୋଗୁନାହାନ୍ତି, ଅଯଥା ସରକାରୀ ଅର୍ଥ ଅପବ୍ୟୟ ହେଉଛି। ଏ ସମ୍ପର୍କରେ ଓପିଟିସିଏଲ୍‌ ନିର୍ବାହୀ ଯନ୍ତ୍ରୀ ସ୍ମୃତିରଂଜନ ସ୍ବାଇଁ କହିଛନ୍ତି, ଅବଢ଼ା ଯୋଜନାରେ ପୁରୀ ସହରର ୫ଟି ରାସ୍ତାରେ ଭୂତଳ ବିଦ୍ୟୁତ ତାର ସଂଯୋଗୀକରଣ ଯୋଜନା କରାଯାଇଛି। ସେହି କ୍ରମରେ ଭୂତଳ ତାର ବିଛାଇବା ପାଇଁ ନରେନ୍ଦ୍ରକୋଣ ରାସ୍ତା ଖନନ କରାଯାଉଛି। କାମ କରିବା ପୂର୍ବରୁ ସମସ୍ତ ବିଭାଗକୁ ଆମେ ଚିଠି କରି ଅବଗତ କରାଉଛୁ। କିଛିଟା ବିବାଦ ଯୋଗୁ ରେଡ୍‌କ୍ରସ୍‌ ରୋଡ୍‌ ଭୂତଳ ତାର ବିଛା କାମ ଶେଷ ହୋଇପାରିନି। ଦୋକାନୀମାନେ ଅସହଯୋଗ କରୁଛନ୍ତି।

ରେଡକ୍ରସ୍‌ ରୋଡ୍‌ର ଟ୍ରାନ୍ସଫର୍ମର ଆମେ ଆମ ମୁଖ୍ୟ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରି ଦେଇଛୁ। ବାକି ଯେଉଁ ଛୋଟମୋଟ କାମ ରହିଛି, ତାହା ଖୁବଶୀଘ୍ର ସରିଯିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ଯେଉଁ ରାସ୍ତା ଖୋଳାଯାଉଛି, ସେ ବାବଦ ଖର୍ଚ୍ଚ ଆମେ ବହନ କରୁଛୁ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ପୂର୍ତ୍ତ ବିଭାଗ ଯନ୍ତ୍ରୀ ସରୋଜ କୁମାର ମିଶ୍ର କହିଛନ୍ତି, ନରେନ୍ଦ୍ର କୋଣ ରାସ୍ତା ଯେହେତୁ ନୂଆ କରି ତିଆରି ହୋଇଛି, ସେଥିପାଇଁ ଆମେ ରାସ୍ତା ଖନନକୁ ଅନୁମତି ଦେଇନଥିଲୁ। ବହୁବାର ଚିଠି ପରେ ଶେଷରେ ଖନନ ଅନୁମତି ଦେଇଛୁ। ଏ ବାବଦରେ ଓପିଟିସିଏଲ୍‌ ପୂର୍ତ୍ତ ବିଭାଗ ପାଖରେ ଅମାନତ ରାଶି ଜମା ଦେଇଛି ବୋଲି ‌ଶ୍ରୀ ମିଶ୍ର କହିଛନ୍ତି। ତେବେ ଟଙ୍କା ଯିଏ ଦେଇ, ସମନ୍ବୟ ଅଭାବରୁ ଅଯଥା ଏହା ଖର୍ଚ୍ଚ ହେବାଓ ଏଥିପାଇଁ ଲୋକେ ବାରମ୍ବାର ହଇରାଣ ହେବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।