ରାଜ୍ୟ ସ୍ପେଶାଲ ରିପୋର୍ଟ

ପୂରଣ ହେଲା ୩୦ ବର୍ଷର ଦାବି: ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧୀନକୁ ଆସିଲା ବୌଦ୍ଧ, ନୂଆପଡ଼ା

ସମ୍ବଲପୁର/ବୌଦ୍ଧ : ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହୋଇଛି। ଅନେକବର୍ଷର ଲମ୍ବା ଦାବିପରେ ଶେଷରେ ଉତ୍ତରାଞ୍ଚଳ ରାଜସ୍ବ ଡିଭିଜନ୍‌ର ପୁନର୍ଗଠନ ହୋଇ ଏଥିରେ ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାକୁ ସାମିଲ୍‌ କରାଯାଇଛି। ଏ‌ ନେଇ ‘ସମ୍ବାଦ’ରେ ମଧ୍ୟ ବାରମ୍ବାର ଖବର ପ୍ରକାଶ ପାଇଥିଲା। ବୌଦ୍ଧ ଓ ନୂଆପଡ଼ାର ଉତ୍ତରାଞ୍ଚଳ ଡିଭିଜନ୍‌ରେ ମିଶିବାର ଆବଶ୍ୟକତା ନେଇ ଖବରରେ ଦର୍ଶାଯାଇଥିଲା। ଶେଷରେ ସରକାର ଏହି ଦାବି ରକ୍ଷାକରି ଐତିହାସିକ ପଦକ୍ଷେପ ନେଇଛନ୍ତି।

ବର୍ତ୍ତମାନ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧୀନକୁ ୧୨ଟି ଜିଲ୍ଲା ଆସିଥିଲାବେଳେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ପରିସୀମା ୮ ଜିଲ୍ଲାକୁ ହ୍ରାସ ପାଇଛି। ଏବେ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସମ୍ବଲପୁରଙ୍କ ଅଧୀନରେ ବୌଦ୍ଧ ଓ ନୂଆପଡ଼ା ସମେତ ଅନୁଗୁଳ, ବରଗଡ଼, ବଲାଙ୍ଗୀର, ଦେବଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲା ରହିବେ। ସେହିପରି ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧୀନରେ ଗଂଜାମ, ଗଜପତି, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଂଗପୁର, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲା ରହିବେ। କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ୧୦ଟି ଜିଲ୍ଲା ପୂର୍ବ ଭଳି ଅପରିବର୍ତ୍ତିତ ରହିବ। ଏନେଇ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ ପତ୍ର ସଂଖ୍ୟା ୩୯୫୨୨, ତା. ୨୧ ନଭେମ୍ବର ୨୦୨୨ରେ ବିଜ୍ଞପ୍ତି ପ୍ରକାଶ ପାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।