ଦେଶ ବିଦେଶ ମନୋରଞ୍ଜନ

ପୂଜା ହେଗଡେଙ୍କ ହାତରେ ସଲମାନଙ୍କ ଲକି ବ୍ରେସ୍‌ଲେଟ୍‌, ଫ୍ୟାନ୍ସ କହିଲେ- ଧମାକା କରିବ ଏହି ଫିଲ୍ମ

ନୂଆଦିଲ୍ଳୀ ୧୪।୦୫: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାନ ତାଙ୍କର ଫିଲ୍ମ ଏବଂ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକ ଖୁସି ଖବର ଅଛି । ‘ଟାଇଗର’ର ଶୁଟିଂ ଶେଷ ହେବା ପରେ ଆଗାମୀ ଫିଲ୍ମ କଭି ଇଦ୍ କଭି ଦିୱାଲୀଙ୍କ ଶୁଟିଂ ଆରମ୍ଭ କରିଛନ୍ତି । ଅଭିନେତ୍ରୀ ପୂଜା ହେଗଡେ ଏନେଇ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପୂଜା ହେଗଡେ ସଲମାନ ଖାନଙ୍କ ସହ ‘କଭି ଇଦ୍ କଭି ଦିୱାଲୀ’ରେ ନଜର ଆସିବେ ।

ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି ଫିଲ୍ମର ସୁଟିଂ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି। ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ପୂଜା ହେଗଡେ ଅନ୍ୟତମ। ସେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଛନ୍ତି। ଯେଉଁ ଫଟୋରେ ପୂଜା ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ କଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିବାବେଳେ ଚୁଟି ଖୋଲା ରଖିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ସବୁଠାରୁ ବଡକଥା ହେଲା ଫଟୋରେ ସଲମାନ ଖାନଙ୍କ ପ୍ରିୟ ବ୍ରେସଲେଟ୍ ପୂଜା ହେଗଡେଙ୍କ ହାତରେ ଦେଖିବାକୁ ମିଳିଛି। ଫଟୋ ସେୟାର କରି ପୂଜା କ୍ୟାପସନରେ ଲେଖିଛନ୍ତି, ‘ଶୁଟିଂ ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଫିଲ୍ମରେ ସଲମାନ ଖାନ ଏବଂ ପୂଜା ହେଗଡେଙ୍କ ସହ ଶେହନାଜ ଗିଲ ଆୟୁଷ ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ