ଦେଶ ବିଦେଶ ମନୋରଞ୍ଜନ

ପୂଜା ଭଟ୍ଟଙ୍କୁ ବିବାହ କରିବାକୁ ଚାହୁଁଥିଲେ ମହେଶ ଭଟ୍ଟ ? ବିବାଦୀୟ ବୟାନ ପାଇଁ ମିଳିଥିଲା ହତ୍ୟା ଧମକ

ନୂଆଦିଲ୍ଲୀ ୨୪।୦୨: ବଲିଉଡ ଅଭିନେତ୍ରୀ ପୂଜା ଭଟ୍ଟଙ୍କ ଜୀବନ ଏକ ଫିଲ୍ମ କାହାଣୀ ପରି। ସେ ତାଙ୍କ ଜୀବନରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି । ତାଙ୍କ ଫିଲ୍ମ କ୍ୟାରିଅର ସମୟରେ ଅନେକ ବିବାଦରେ ଜଡିତ ଥିଲେ । ତାଙ୍କୁ ନେଇ ଅନେକ କଣ୍ଟ୍ରୋଭର୍ସି ମଧ୍ୟ ହୋଇଥିଲା । ଯେମିତିକି ଥରେ ତାଙ୍କ ପିତା ମହେଶ ଭଟ୍ଟଙ୍କ କାରଣରୁ ତାଙ୍କ ନାମ ମଧ୍ୟ ବିବାଦରେ ଘେରରେ ଥିଲା। ବାସ୍ତବରେ, ଉଭୟଙ୍କର ଏକ ବୋଲ୍ଡ ଫଟୋ ମ୍ୟାଗାଜିନ୍‌ କଭରରେ ପେପରରେ ଛପା ଯାଇଥିଲା । ଏହି ଫଟୋରେ ପୂଜା ଭଟ୍ଟ ତାଙ୍କ ବାପାଙ୍କୁ କିସ୍‌ କରୁଥିବା ଦେଖିବାକୁ ମିଳିଥିଲା ​​। ଏହି ଫଟୋ ସାମ୍ନାକୁ ଆସିବା ପରେ ବହୁତ ଚର୍ଚ୍ଚା ହୋଇଥିଲା। ଏସବୁକୁ ଦେଖି ଲୋକମାନେ କେବଳ ମହେଶ ଭଟ୍ଟଙ୍କୁ ହତ୍ୟା କରିବାକୁ ଧମକ ଦେବା ସହ ସମାଜକୁ ଭୁଲ ବାର୍ତ୍ତା ପଠାଯାଉଛି ବୋଲି ମଧ୍ୟ କହିଛନ୍ତି।

ସୂଚନା ଅନୁଯାୟୀ ଯେତେବେଳେ ଏହି ମାମଲା ଅଧିକ ଗତିଶୀଳ ହେବା ଆରମ୍ଭ କଲା, ସେତେବେଳେ ମହେଶ ଏବଂ ପୂଜା ଭଟ୍ଟଙ୍କ ଫଟୋଟିକୁ ନକଲି ତଥା ବୋଲି କହିଥିଲେ । ହେଲେ ଲୋକମାନେ ଏହାକୁ ଗ୍ରହଣ କରୁନଥିଲେ । ସମସ୍ତଙ୍କୁ କହୁଥିଲେ କି ପୂଜା ଏବଂ ମହେଶ ଲଜ୍ଜାଜନକତାର ସୀମା ଅତିକ୍ରମ କରିଛନ୍ତି। ମାଗାଜିନ କଭର ଫଟୋ ଏତେ ବିବାଦ ଆଡକୁ ପଳାଇଯାଇଥିଲା କି ମହେଶ ଭଟ୍ଟଙ୍କୁ ତାଙ୍କ ମତ ରଖିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ପଡୁଥିଲା।

ସେହି ସାମ୍ବାଦିକ ସମ୍ମିଳନୀ ପରେ ତାଙ୍କୁ ନେଇ ଆହୁରି ବିବାଦ ଘନେଇ ଥିଲା । ସେଥିରେ ମହେଶ ଭଟ୍ଟ କହିଥିଲେ କି ଯଦି ପୂଜା ତାଙ୍କ ଝିଅ ହୋଇନଥାନ୍ତେ ତେବେ ସେ ତୁରନ୍ତ ତାଙ୍କୁ ବିବାହ କରିଥାନ୍ତେ। ହେଲେ ଏହି ମନ୍ତବ୍ୟକୁ ନେଇ ଉଠିଥିବା ବିବାଦ ଏପର୍ଯ୍ୟନ୍ତ ଶେଷ ହୋଇ ନାହିଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ