ଅପରାଧ ଦେଶ ବିଦେଶ

ପୂଜା ପେଣ୍ଡାଲରେ ମହିଷାସୁର ବଦଳରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମା, ବିବାଦ ପରେ ହଟିଲା ମୂର୍ତ୍ତି

ପଶ୍ଚିମବଙ୍ଗ ୦୩/୧୦: କୋଲକାତାର ଦୁର୍ଗା ପୂଜା ଅଭାବନୀୟ ଘଟଣା । ପୂଜା ପେଣ୍ଡାଲରେ ମହିଷାସୁରଙ୍କ ସ୍ଥାନରେ ସ୍ଥାନ ପାଇଥିଲା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି । ଜାତିର ପିତାଙ୍କ ଜନ୍ମଦିବସରେ ତାଙ୍କୁ ଏପରି ଚିତ୍ରିତ କରାଯାଇଛି । ଯାହା ହାସ୍ୟାସ୍ପଦ ବୋଲି ଚର୍ଚ୍ଚା ହେଉଛି ।

ଦକ୍ଷିଣ ପଶ୍ଚିମ କୋଲକାତାର ରୁବି କ୍ରସିଂ ନିକଟରେ ଅଲ ଇଣ୍ଡିଆ ହିନ୍ଦୁ ମହାସଭା ପୂଜା ଆୟୋଜକମାନେ ଅଭିଯୋଗ କରିବା ପରେ ପୋଲିସର ନିର୍ଦ୍ଦେଶ ଅନୁଯାୟୀ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବଦଳାଇ ଦିଆଯାଇଛି । ସେପଟେ ଅଭିଯୋଗ ଆସିବା ପରେ ସଫେଇ ରଖିଛନ୍ତି ଆୟୋଜକ । ସେମାନେ କହିଛନ୍ତି ଏହା ଏକ ସଯୋଗ ମାତ୍ର । କାରଣ ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଭୂମିକାକୁ ଅବର୍ଣ୍ଣନୀୟ । ଆମର ସେମିତି କିଛି ମନ୍ଦ ଉଦ୍ଦେଶ୍ୟ ନଥିଲା । ତେବେ ଅଭିଯୋଗ ଆସିବା ପରେ ସଂଗେ ସଂଗେ ମୂର୍ତ୍ତିକୁ ବଦଳାଇ ଦିଆଯାଇଛି । ପୁରାଣ ଅନୁଯାୟୀ ଦେବୀ ଦୁର୍ଗା ମହିଷାସୁରଙ୍କୁ ବଦ୍ଧ କରିଥିଲେ ।

ସୋସିଆଲ ମିଡିଆରୁ ଏହି ପୋଷ୍ଟକୁ ହଟାଇ ଦେଇଛନ୍ତି । ପୂଜା ଆୟୋଜକମାନେ କହିଛନ୍ତି ଯେ ସେମାନେ କାହାର ଭାବନାକୁ ଆଘାତ କରିବାକୁ ଚାହୁଁନାହାଁନ୍ତି । ପୋଲିସ ଆମକୁ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲା। ଯାହା ଆମେ ଏହାକୁ ଗ୍ରହଣ କଲୁ । ସେପଟେ ବାପୁଙ୍କ ପ୍ରତି ଏମିତି ଅସମ୍ମାନ ପରେ ତେଜିଛି ରାଜନୀତି । ଗାନ୍ଧୀଙ୍କ ମହିଷାସୁର ଚିତ୍ରଣକୁ ସମାଲୋଚନା କରିଛନ୍ତି ଅନେକ ଦଳ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ