ଧର୍ମ

ପୂଜା ପାଇଁ କରୋନା ବ୍ୟାପିଲେ ଦାୟୀ ରହିବେ ପୂଜା ଆୟୋଜକ : ଗଞ୍ଜାମ ଜିଲ୍ଲାପାଳ

ଖଲ୍ଲିକୋଟ ୯।୯: ପାର୍ବଣ ଋତୁକୁ ନେଇ ଗଞ୍ଜାମ ଜିଲ୍ଲା ଧୀରେ ଧୀରେ ଚଳଚଞ୍ଚଳ ହେବାରେ ଲାଗିଛି । ପ୍ରଥମେ ଗଣେଶ ପୂଜା ଏବଂ ପରେ ଦୁର୍ଗା ପୂଜାକୁ ନେଇ ଗାଁ ଗାଁରେ ଉତ୍ସାହ ଦେଖିବାକୁ ମିଳିଛି । ଏଭଳି ସମୟରେ ପୂଜା ଆୟୋଜକଙ୍କୁ ଚେତାଇ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଜିଲ୍ଲାପାଳ କହିଛନ୍ତି ଯେ, ରୀତିନୀତିରେ ପୂଜା ଉପରେ କୌଣସି କଟକଣା ନାହିଁ । କିନ୍ତୁ କୌଣସି କାରଣରୁ ପୂଜା ପାଇଁ କରୋନା ସଂକ୍ରମଣ ବ୍ୟାପିବ, ତେବେ ପୂଜା ଆୟୋଜକମାନେ ଦାୟୀ ରହିବେ । ପୂଜା କମିଟି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଚେତାବନୀ ଦେଇଛନ୍ତି । ପୂଜା ନେଇ ପୂର୍ବରୁ ସ୍ବତନ୍ତ୍ର ରିଲିଫ ଆୟୋଗଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲାରେ ପୂଜା ଆୟୋଜନ ହେବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ