କଳା ଓ ସଂସ୍କୃତି ଧର୍ମ

ପୂଜାର୍ଚ୍ଚନା ବେଳେ ଭୂମିରେ ରଖନ୍ତୁ ନାହିଁ ଏସବୁ ଜିନିଷ, ନଚେତ୍ ଦେଖାଦେଇପାରେ ଆର୍ଥିକ ସଙ୍କଟ

ଭୁବନେଶ୍ବର ୨୩।୧: ବାସ୍ତୁ ଅନୁସାରେ ଏମିତି ଅନେକ ଜିନିଷ ଅଛି ଯାହାକୁ ଘରେ ରଖିବା ଶୁଭ ସଙ୍କେତ ବୋଲି କୁହାଯାଏ । ଏହାଦ୍ବାରା ବାସ୍ତୁ ଦୋଷ ଦୂର ହେବା ସହିତ ଘରେ ସୁଖ-ସମୃଦ୍ଧି ଏବଂ ଶାନ୍ତି ରହିଥାଏ । ଠିକ୍ ସେହିପରି ପୂଜା ପାଠରେ ମଧ୍ୟ ବାସ୍ତୁ ସହ ଜଡିତ ନିୟମକୁ ପାଳନ କରିବା ଉଚିତ୍ । ବିଶେଷକରି ପୂଜାରେ ବ୍ୟବହୃତ ହେଉଥିବା ଜିନିଷକୁ ଭୂମି ଉପରେ ରଖାଯାଏ ନାହିଁ । ଏହାଦ୍ବାରା ପୂଜାର ଫଳ ନମିଳିବା ସହ ବାସ୍ତୁ ଦୋଷ ବଢିଥାଏ ।

ଭଗବାନଙ୍କର ମୂର୍ତ୍ତି କିମ୍ବା ଫଟୋ ଭୂମି ଉପରେ ରଖନ୍ତୁ ନାହିଁ :

ଅନେକ ସମୟରେ ଲୋକମାନେ ସଫା କରୁଥିବା ସମୟରେ ଭଗବାନଙ୍କର ମୂର୍ତ୍ତି କିମ୍ବା ଫଟୋକୁ ଭୂମି ଉପରେ ରଖି ଦେଇଥାନ୍ତି । ବାସ୍ତୁ ଅନୁସାରେ ଏହା ଦ୍ବାରା ଘରେ ବାସ୍ତୁ ଦୋଷ ଦେଖାଦେବା ସହ ଚିନ୍ତା ବୃଦ୍ଧି ଏବଂ ଆର୍ଥିକ ସମସ୍ୟା ଦେଖା ଦେଇପାରେ । ତେଣୁ ତାହାକୁ ସର୍ବଦା ସଫା କପଡା ବା ସଫା ସ୍ଥାନରେ ରଖିବା ଉଚିତ୍ ।

ଭୁଲରେ ସୁଧା ଶିବଲିଙ୍ଗକୁ ଭୂମି ଉପରେ ରଖନ୍ତୁ ନାହିଁ :

ପ୍ରାୟତଃ ଲୋକମାନେ ମନ୍ଦିର ସଫା କରିବା ସମୟରେ ଶିବଲିଙ୍ଗକୁ ଭୂମି ଉପରେ ରଖି ଦେଇଥାନ୍ତି । କିନ୍ତୁ ଏହାଦ୍ବାରା ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେଣୁ ଭଗବାନ ଶିବଙ୍କର ପ୍ରତୀକ ଶିବଲିଙ୍ଗକୁ ଭୂମି ଉପରେ ନ ରଖି ସଫା କପଡା ଏବଂ ପରିସ୍କାର ଜାଗା ଉପରେ ରଖିବା ଉଚିତ୍ ।

ଭୁଲରେ ମଧ୍ୟ ଭୂମି ଉପରେ ରଖନ୍ତୁ ନାହିଁ ଶଙ୍ଖ :

ଶଙ୍ଖ ବଜାଇବା ଦ୍ବାରା ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏଥିସହିତ ଶଙ୍ଖକୁ ମଧ୍ୟ ମା’ ଲକ୍ଷ୍ମୀଙ୍କର ଭାଇ ମଧ୍ୟ କୁହାଯାଇଥାଏ । ତେଣୁ ଏହାକୁ କେବେ ବି ଭୂମି ଉପରେ ରଖନ୍ତୁ ନାହିଁ । ଏହା କରିବା ଦ୍ବାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତେଣୁ ଏହାକୁ ବ୍ୟବହାର କରିସାରିବା ପରେ ଠାକୁର ଘରେ ରଖନ୍ତୁ ।

ଫୁଲ, ତୁଳସୀପତ୍ର :

ଭଗବତ ଗୀତା ଅନୁସାରେ, ଦୀପ, ଧୂପ, ଯନ୍ତ୍ର, ଫୁଲ, ତୁଳସୀପତ୍ର, କର୍ପୁର, ଚନ୍ଦନ, ଜପାମାଳ ଆଦି ଜିନିଷ ଅତ୍ୟନ୍ତ ପବିତ୍ର ଅଟେ । ଏହା ପୂଜା ପାଠରେ ବ୍ୟବହୃତ ହେଉଥିବା କାରଣରୁ ଏହାକୁ ଭୂମି ଉପରେ ରଖିବା ଅଶୁଭ କୁହାଯାଏ ।

ପୂଜା ପାଠ ସାମଗ୍ରୀକୁ ଭୂମି ଉପରେ ରଖିବା ଅଶୁଭ :

ପୂଜା ପାଠ ସାମଗ୍ରୀକୁ ଅତ୍ୟନ୍ତ ପବିତ୍ର ଏବଂ ଶୁଭ କୁହାଯାଏ । ସେଥିଲାଗି ଏହାକୁ କେବେ ଭୂମି ଉପରେ ରଖିବା ଉଚିତ୍ ନୁହେଁ । ଏହାଦ୍ବାରା ଘରେ ବାସ୍ତୁଦୋଷ ଦେଖାଦେବା ସହିତ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ତେଣୁ ଦୀପ, ଫୁଲ, ମାଳ, ଗଙ୍ଗାଜଳ, ଧୂପଦାନୀ ଆଦି ପୂଜା ସାମଗ୍ରୀକୁ ସର୍ବଦା ଥାଳି ମଧ୍ୟରେ ରଖି କୌଣସି ଉଚ୍ଚ ସ୍ଥାନରେ ରଖିବା ଉଚିତ୍ ।

କଳସକୁ ଭୂମି ଉପରେ ରଖିବା ଅଶୁଭ :

ପ୍ରତ୍ୟେକ ପୂଜାରେ କଳସ ସ୍ଥାପନା କରାଯାଇଥାଏ । କୁହାଯାଏ ଏହା ବିନା ପୂଜାର ଫଳ ମିଳି ନଥାଏ । କିନ୍ତୁ ଅନେକ ସମୟରେ ଲୋକ କଳସକୁ ଭୂମି ଉପରେ ରଖିଦେଇଥାନ୍ତି । ଯାହା ବାସ୍ତୁ ଦୋଷର କାରଣ ହୋଇଥାଏ । ଏଥିସହିତ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଆର୍ଥିକ ଅଭାବ ଦେଖାଦେଇଥାଏ । ତେଣୁ ପବିତ୍ର କଳସକୁ ସବୁବେଳେ ଥାଳିରେ ରଖନ୍ତୁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ