ମନୋରଞ୍ଜନ ରାଜ୍ୟ ସ୍ପେଶାଲ ରିପୋର୍ଟ

ପୂଜାରେ ଏଥର କିଏ ମାରିବ ବାଜି? ସିଦ୍ଧାନ୍ତ, ଅରିନ୍ଦମ ନା ବାବୁଶାନ ?

ଭୁବନେଶ୍ବର: ପ୍ରଥମେ ‘ଦମନ’ ପରେ ‘ପ୍ରତୀକ୍ଷା’ ଓ ଏବେ ‘ପୁଷ୍ମରା’ର ସଫଳତା ପୁଣି ଥରେ ଓଡ଼ିଆ ଫିଲ୍ମର ହଜିଥିବା ଚମକ କିଛିଟା ଫେରି ଆସିଛି। ଫଳରେ କିଛି ବର୍ଷର ବ୍ୟବଧାନରେ ଦଶହରା ମଇଦାନକୁ ଓହ୍ଲାଇଛି ୩ ବିଗ୍ ବଜେଟ୍‌ ଓଡ଼ିଆ ଫିଲ୍ମ। ତେଣୁ ଏଥର ଦଶହରା ଲଢ଼େଇ ରୋଚକ ହେବ। କାରଣ ଓଲିଉଡ୍‌ ମହାନାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ମୁହାଁମୁହିଁ ହେବେ ଦୁଇ ସୁପରଷ୍ଟାର ଅରିନ୍ଦମ ଓ ବାବୁଶାନ। ପରଦାକୁ ଆସୁଛି ସିଦ୍ଧାନ୍ତଙ୍କ ‘କଟକ: ଶେଷରୁ ଆରମ୍ଭ’, ଅରିନ୍ଦମଙ୍କ ‘ରାମ୍‌’ ଏବଂ ବାବୁଶାନ୍‌ ଓ ଅମ୍ଲାନ୍‌ ଯୋଡ଼ିର ‘ମାଲ୍ୟାଗିରି: କାହାଣୀର ଆରମ୍ଭ’।

‘କଟକ: ଶେଷରୁ ଆରମ୍ଭ’ ଜରିଆରେ ଦୀର୍ଘ ବ୍ୟବଧାନରେ ପରଦାକୁ ଫେରୁଛି ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କ ସୁପରହିଟ୍‌ ଯୋଡ଼ି। ଆନାମିସ୍‌ ଫିଲ୍ମସ ବ୍ୟାନର୍‌ରେ ଓ କୁମାର ପ୍ରୀତମ ସାହୁଙ୍କ ପ୍ରଯୋଜନା ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଆକ୍ସନ କାହାଣୀରେ ଦେବାଶିଷ ପାତ୍ରଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ପୁନମ୍‌ ମିଶ୍ର ଓ ଚୌଧୁରୀ ବିକାଶ ଦାସଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଫିଲ୍ମଟି କ୍ରାଇମ ସିଣ୍ଡିକେଟ ସହ ଗ୍ୟାଙ୍ଗୱାର ଉପରେ ଆଧାରିତ ବୋଲି କୁହା ଯାଉଛି। ଆସନ୍ତାକାଲି ଫିଲ୍ମଟି ମୁକ୍ତିଲାଭ କରିବାକୁ ଥିବାବେଳେ ପୂରା ଟିମ୍‌ ଏହାର ପ୍ରଚାରରେ ଲାଗି ପଡ଼ିଛନ୍ତି। ଏନେଇ ଆଜି ଆୟୋଜିତ ଏକ ରୢାଲିରେ ରିକ୍ସା ମଧ୍ୟ ଚଳାଇଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର। ତାଙ୍କ ସହିତ ପୁନମ୍‌ ଓ ଦେବାଶିଷ ସେଥିରେ ସାମିଲ ହୋଇଥିଲେ। କଟକର ବକ୍ସି ବଜାର ଛକରୁ ସେ ରୢାଲି ଚାନ୍ଦିନୀଚୌକ ପର୍ଯ୍ୟନ୍ତ ଯାଇଥିଲା। ଏ ଫିଲ୍ମରେ ଥିବା ଏକ ଆଇଟମ୍ ଗୀତ ‘ମୁଁ ରଙ୍ଗଲତା…’ ଖୁବ୍ ଚର୍ଚ୍ଚାରେ ରହିଛି। ଏଥିରେ ନୃତ୍ୟ କରିଛନ୍ତି ରିୟା ଦେ’।

ସେହିଭଳି ହାଣ୍ଡ୍‌ସମ୍‌ ଆକ୍ସନ ତାରକା ଅରିନ୍ଦମ ଆସୁଛନ୍ତି ତାଙ୍କ ହୋମ୍ ବ୍ୟାନର୍‌ ରତ୍ନା ଫିଲ୍ମସ୍‌ର ଫିଲ୍ମ ‘ରାମ୍’ ଜରିଆରେ। ଏଥିରେ ଅନୁଭବ ମହାନ୍ତି ମଧ୍ୟ ଏକ ଛୋଟ ଭୂମିକାରେ ଅଛନ୍ତି। ଓଡ଼ିଆ ଓ ବଙ୍ଗଳା ଭାଷାରେ ନିର୍ମିତ ଏହି ଫିଲ୍ମରେ ବଙ୍ଗୀୟ ସୁନ୍ଦରୀ ରୂପ୍‌ସା ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିବା ବେଳେ ବଲିଉଡର ଖଳନାୟକ ରାହୁଲ୍ ଦେବଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଏ ଫିଲ୍ମଟି ମଧ୍ୟ ଆସନ୍ତାକାଲି ପରଦାକୁ ଆସୁଛି। ସେହିପରି ରିଲିଜ୍‌ ହେଉଥିବା ‘ମାଲ୍ୟଗିରି’ ଫିଲ୍ମରେ ବାବୁସାନ ଓ ଅମ୍ଳାନଙ୍କ ଦମଦାର ଆକ୍ସନ ସାଙ୍ଗକୁ ଓଲିଉଡ୍‌ର ଚୁଲବୁଲି ନାୟିକା ଶିବାନୀ ସଙ୍ଗୀତା ଓ ସୂର୍ଯ୍ୟମୟୀଙ୍କୁ ଦେଖିବାକୁ ମିଳିବ। ଏକ ଆଇଟମ୍‌ ଗୀତ ‘ଧୂଳିଆ ଜନ୍ଦା…’ରେ ଏଲିନାଙ୍କ ଦମଦାର ନୃତ୍ୟ ଦେଖିବାକୁ ପାଇବେ ଦର୍ଶକ। ପୃଥ୍ବୀରାଜ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହାର ଆକ୍ସନ ଦୃଶ୍ୟଗୁଡ଼ିକର ସୁଟିଂ ବିଭିନ୍ନ ଜଙ୍ଗଲରେ ହୋଇଛି। ରିଙ୍କୁ ରିନୁ ଜେନା ଏହାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ଏହାର ପୃଷ୍ଠଭୂମିରେ ଏକ ମାଓ ଅଧ୍ୟୁଷିତ ଇଲାକା ଅଛି ବୋଲି ଶୁଣିବାକୁ ମିଳୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ