ରାଜ୍ୟ

ପୁଲିସ ବାଇକ୍ ଧକ୍କାରେ ଛାତ୍ରଛାତ୍ରୀ ଗୁରୁତର: ପୁଲିସ୍‌ଙ୍କୁ ଛେଚିଲେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଳିଆପଡ଼ାଠାରେ ଥିବା ରିଜର୍ଭ ପୁଲିସ୍‌ରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ବାଇକ୍‌ ଧକ୍କାରେ ସ୍କୁଲ୍‌ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଛାତ୍ରୀ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ କର୍ମଚାରୀ ଜଣକ ନିଶାସକ୍ତ ଅବସ୍ଥାରେ ଏପରି ଦୁର୍ଘଟଣା ଘଟାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିବା ସହିତ ତାଙ୍କୁ ମାଡ଼ ମାରିଥିଲେ। ଏହି ଘଟଣା ପରେ ଅନୁଗୁଳର ବରିଷ୍ଠ ପୁଲିସ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚିଥିଲେ।  ସୂଚନା ମୁତାବକ, ଆଜି ଅପରାହ୍‌ଣରେ ବିଦ୍ୟାଳୟ ଛୁଟି ପରେ ଛାତ୍ରଛାତ୍ରୀମାନେ ଘରକୁ ଫେରୁଥିଲେ।

ଏହି ସମୟରେ ଛେଳିଆପଡ଼ାଠାରେ ଥିବା ରିଜର୍ଭ ପୁଲିସ କର୍ମଚାରୀ ଚନ୍ଦନ ନାୟକ ଏକ ବାଇକ୍‌ରେ ବାରାକ୍‌କୁ ଫେରୁଥିଲେ। ସେ ଛେଳିଆପଡ଼ା ଗାଁ ବନଦୁର୍ଗା ମନ୍ଦିର ଫାଟକ ସମ୍ମୁଖରେ ଦୁର୍ଘଟଣା ଘଟାଇଥିଲେ। ବାଇକ୍ ଧକ୍କାରେ ସୁରେଶ ସାହୁଙ୍କ ନବମ ଶ୍ରେଣୀରେ ପଢ଼ୁଥିବା ଝିଅ ସସ୍ମିତା ସାହୁ(୧୪) ଓ ରୋହିତ ସାହୁଙ୍କ ପୁଅ ମହେଶ ସାହୁ(୧୪) ଗୁରୁତର ହୋଇପଡ଼ି‌ଥିଲେ। ଏଥିରେ ପୁଲିସ କର୍ମଚାରୀ ଜଣଙ୍କ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ଉତ୍ତ୍ୟକ୍ତ ହୋଇ ଚନ୍ଦନଙ୍କୁ ଅଟକାଇଥିଲେ। ମାତ୍ର ସେ ମାରଣାସ୍ତ୍ର ଦେଖାଇ ପାଲଟା ଭୟଭୀତ କରିବା ପରେ ଲୋକେ ତାଙ୍କୁ ନିର୍ଧୂମ ଛେଚିଥିଲେ। ଖବରପାଇ ଘଟଣାସ୍ଥଳରେ ଅନୁଗୁଳ ଟାଉନ୍ ଓ ସଦର ଥାନା ପୁଲିସ୍ ପହଞ୍ଚିଥିଲା। ସେପଟେ ଦୁଇ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଛାତ୍ରୀ ସସ୍ମିତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ପକ୍ଷରେ ଅନୁଗୁଳ ଅତିରିକ୍ତ ଏସ୍‌ପି, ଏସ୍‌ଡିପିଓ ଡାକ୍ତରଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିଥିଲେ। ତେବେ ଜଣେ ପୁଲିସ କର୍ମଚାରୀଙ୍କ ଏପରି ବେପରୁଆ ଗାଡ଼ି ଚାଳନା ଓ ନିଶାସକ୍ତ ଅବସ୍ଥାରେ ଦୁର୍ଘଟଣା ଘଟାଇବାକୁ ନେଇ ଲୋକମାନେ କ୍ଷୋଭ ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।