ରାଜ୍ୟ

ପୁଲିସ କବ୍‌ଜାର ୬ ଦୁର୍ଦ୍ଦାନ୍ତ ଅପରାଧୀ; ୮ ବନ୍ଧୁକ, ୨୨ ଗୁଳି ସହ ୧୧ ଲକ୍ଷ ଟଙ୍କା ଜବତ କଲା ସମ୍ବଲପୁର ପୁଲିସ

ସମ୍ବଲପୁର : ସମ୍ବଲପୁର ପୁଲିସ କବ୍‌ଜାରେ ପଡ଼ିଛନ୍ତି ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ। ଏମାନେ ବନ୍ଧୁକ କାରବାର କରିବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲେ। ସମ୍ବଲପୁରର ୪ଟି ଥାନାର ପୁଲିସ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ଉ କରି ଚୋରା ବନ୍ଧୁକ ରଖିବା ତଥା ଚାଲାଣ କରୁଥିବା ଅଭିଯୋଗରେ ୬ ଜଣଙ୍କୁ ରବିବାର ଗିରଫ କରିଛି। ସେମାନଙ୍କଠାରୁ ୮ଟି ବନ୍ଧୁକ, ୨୨ଟି ଗୁଳି, ୬ଟି ମୋବାଇଲ ଫୋନ୍‌, ୩ଟି ଗାଡ଼ି (ଗୋଟିଏ ପିକ୍‌ଅପ୍‌, ଗୋଟିଏ ବୁଲେଟ ଓ ଗୋଟିଏ ସ୍କୁଟି) ଓ ୧୧ ଲକ୍ଷ ୨୦ ହଜାର ୮୫୦ ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମୋତିଝରଣର ମହମ୍ମଦ ସମସେର ଓରଫ ପଗଲା (୩୯), ସୁନାପାଲିର ମହମ୍ମଦ ମୌସିମ (୪୧), ଝାରସୁଗୁଡ଼ା ସଦର ଥାନା କକ୍ସ କଲୋନିର ମୁନୁ ପାଣ୍ଡେ (୨୩), ଝାରସୁଗୁଡ଼ା ଡବଲିଂ କଲୋନିର ମୋହିତ ପାଶଵାନ (୨୦), ଅଇଁଠାପାଲି ଜଗନ୍ନାଥ କଲୋନିର ସନ୍ତୋଷ ମହାରଣା (୩୮) ଓ ବରଗଡ଼ ଗୋଡ଼ଭଗାର ମହମ୍ମଦ ଅହମ୍ମଦ (୪୨)। ଗିରଫ ୬ ଜଣଙ୍କ ନାଁରେ ଭିନ୍ନ ଭିନ୍ନ ଥାନାରେ ୬ଟି ମାମଲା ରୁଜୁ କରାଯାଇଛି। ଏ ନେଇ ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ରବିବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ କହିବା ଅନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତମାନେ ଅପରାଧ ଘଟାଇବା ଓ ବିକ୍ରି ଉଦ୍ଦେଶ୍ୟରେ ବନ୍ଧୁକ ରଖିଥିଲେ। ଏକାଧିକ ଅଭିଯୁକ୍ତ ଅଭ୍ୟାସଗତ ଅପରାଧୀ। ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି। ସେମାନେ କେଉଁଠାରୁ ଏହି ବନ୍ଧୁକ ଆଣିଥିଲେ, ତାହାର ତଦନ୍ତ ଜାରି ରହିଥିବା ସେ କହିଛନ୍ତି। ସୂଚନାନୁସାରେ, ମହମ୍ମଦ ସମସେର ଓ ମହମ୍ମଦ ମୌସିମଙ୍କୁ ଧନୁପାଲି ଥାନା ପୁଲିସ୍ ଗିରଫ କରିଥିଲା। ସମସେର ନାଁରେ ଭିନ୍ନ ଭିନ୍ନ ଥାନାରେ ୧୧ଟି ମାମଲା ରହିଛି। ତାଠାରୁ ଦୁଇଟି ଦେଶୀ ବନ୍ଧୁକ ଓ ୪ଟି ଗୁଳି ପୁଲିସ ଜବତ ହୋଇଛି। ସୁନାପାଲିର ମହମ୍ମଦ ମୌସିମ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଓ ୪ଟି ଗୁଳି ଜବତ ହୋଇଛି। ମୁନୁ ପାଣ୍ଡେ ଓ ମୋହିତ ପାଶଵାନଙ୍କୁ ଠେଲକୋଲୋଇ ଥାନା ପୁଲିସ ଗିରଫ କରିଛି। ମୁନୁ ପାଣ୍ଡେ ଉତ୍ତର ପ୍ରଦେଶର ହୋଇଥିବା ବେଳେ ଏବେ ଝାରସୁଗୁଡ଼ା ସଦର ଥାନା ଅଞ୍ଚଳରେ ରହୁଥିଲା। ତା ନାଁରେ ଭିନ୍ନ ଭିନ୍ନ ଥାନାରେ ୩ଟି ମାମଲା ରହିଥିବା ବେଳେ ତା ପାଖରୁ ଗୋଟିଏ ଦେଶୀ ରିଭଲଭର, ଗୋଟିଏ ଗୁଳି ଓ ଗୋଟିଏ ମୋବାଇଲ୍‌ ଜବତ କରାଯାଇଛି।

ମୋହିତ ଶର୍ମା ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଛି। ସନ୍ତୋଷ ମହାରଣାକୁ ଅଇଁଠାପାଲି ପୁଲିସ ଗିରଫ କରିଛି। ତା ପାଖରୁ ୨ଟି ବନ୍ଧୁକ (ଗୋଟିଏ ସେମିଅଟୋମେଟିକ ପିସ୍ତଲ ଓ ଗୋଟିଏ ଦେଶୀ ପିସ୍ତଲ), ୭ଟି ଗୁଳି, ଗୋଟିଏ ମୋବାଇଲ୍‌ ଓ ବୁଲେଟ୍‌ ଜବତ ହୋଇଛି। ସେଭଳି ବୁର୍ଲା ଥାନା ପୁଲିସ ଗୋଡ଼ଭଗାର ମହମ୍ମଦ ଅହମ୍ମଦକୁ ଗିରଫ କରିଛି। ତାଠାରୁ ଗୋଟିଏ ପିସ୍ତଲ, ୬ଟି ଗୁଳି, ୧୧ ଲକ୍ଷ ୨୦ ହଜାର ୮୫୦ ଟଙ୍କା ଓ ଗୋଟିଏ ପିକ୍‌ଅପ୍ ଭ୍ୟାନ ଜବତ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।