ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବ୍ରହ୍ମପୁର : ରାଜ୍ୟ ଚୟନ ସମିତି (ଏସ୍ଏସ୍ବି) ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଚୟନ ସମିତି (ଡିଏଲ୍ଏସ୍ବି) ପକ୍ଷରୁ ରବିବାର ଦିନ ପୁଲିସ କନେଷ୍ଟବଳ ପରୀକ୍ଷା ଅନୁଷ୍ଠିତ ହୋଇଛି। ରବିବାର ଦିନ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଥିଲା। ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ୍. ଏହାକୁ ଗୁଜବ ବୋଲି କହିଛନ୍ତି।
ସୂଚନା ଅନୁସାରେ, ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ଚର୍ଚ୍ଚା ହେବାପରେ ଏସ୍ପି ଡା. ଶରବଣା ବିବେକ ଏମ୍. ତୁରନ୍ତ ଛାନ୍ଭିନ୍ କରିଥିଲେ। ଯେଉଁ ପ୍ରଶ୍ନପତ୍ର ଭାଇରାଲ ହେଉଛି, ତାହା ଜାଲ୍ ଏବଂ ଆଜି ପରୀକ୍ଷାର ପ୍ରଶ୍ନପତ୍ର ନୁହେଁ ବୋଲି ଜଣାପଡ଼ିଥିଲା। ଏଭଳି ଜାଲ୍ ପ୍ରଶ୍ନପତ୍ର ଭାଇରାଲ୍ କରିବାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଜିଲ୍ଲା ପୁଲିସ ପକ୍ଷରୁ ଏକ ପ୍ରେସ୍ ବିବୃତି ଜାରି କରାଯାଇଛି।
ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୫ଟି ପରୀକ୍ଷାକେନ୍ଦ୍ର ହୋଇଛି। ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ୧୩୯୨ଜଣ, ନୀଳକଣ୍ଠନଗର ସରସ୍ବତୀ ବିଦ୍ୟାମନ୍ଦିରରେ ୧୨୦୦ଜଣ, ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ୯୧୨ଜଣ, ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟରେ ୬୨୭ଜଣ ଓ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନରେ ୨୮୯ଜଣ ଏଭଳି ମୋଟ ୪୪୨୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l